Odisha news

ରାମଚନ୍ଦ୍ରପୁର ସର୍ବ ଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ : ଇନକମ୍ ଟ୍ଯାକ୍ସ କୋଲକତା କୁ ହରାଇ ଆନ୍ଧ୍ର ସ୍ପୋର୍ଟସ ଏକାଡେମି ଚମ୍ପିଅନ

0
ଘସିପୁରା,୫।୨ : କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର  ବାବା ରାମେଶ୍ବର  ଆଞ୍ଚଳିକ ଯୁବକ ସଂଘ ପକ୍ଷରୁ ଆୟୋଜିତ ଦ୍ବିତୀୟ ବାର୍ଷିକ ସର୍ବ ଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ଯାଚ ରେ ଆନ୍ଧ୍ର ସ୍ପୋର୍ଟସ  ଏକାଡେମି  ଚମ୍ପିଅନ ହୋଇଛି।ଗତ କାଲି ଅନୁଷ୍ଠିତ ସଂଘର୍ଷ ପୂର୍ଣ୍ଣ ଫାଇନାଲ ମ୍ଯାଚରେ ୨/୧ ସେଟରେ  ଇନକମ୍ ଟ୍ଯାକ୍ସ କୋଲକତାକୁ ହରାଇ ଆନ୍ଧ୍ର ସ୍ପୋର୍ଟସ ଏକାଡେମି ଚମ୍ପିଅନ ଘୋଷିତ ହୋଇଛି ।ମ୍ଯାଚରେ ମୂଖ୍ଯ ଅତିଥି ଭାବେ ଶିଳ୍ପ ଓ  ଶକ୍ତି ବିଭାଗ ମନ୍ତ୍ରୀ ପ୍ରତାପ ଦେବ, ଚୌଦ୍ବାର କଟକ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ,ଘସିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଏବଂ ଓଡିଆ ସିନେ ଅଭିନେତ୍ରୀ  ଭୂମିକା ,ଜିଲ୍ଲା ପରିଷଦ ସଦସ୍ଯ ସଂଜୟକୁମାର ମଲ୍ଲିକ ,ଯୁବନେତା ଦେବାଶିଷ ପାତ୍ର  ପ୍ରମୂଖ ଉପସ୍ଥିତ  ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଚମ୍ପିଅନ ଦଳକୁ ଟ୍ରଫି ସହ ନଗଦ ୫୦ ହଜାର ଟଙ୍କା ଏବଂ ରନର୍ସଅପ ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।ମ୍ଯାଚ ପରିଚାଳନାରେ ରେଫରୀ ଭାବେ କୁମାର ରଞ୍ଜନ ମଲ୍ଲିକ,ସୁରେଶକୁମାର ଭୂୟାଁ,କ୍ଷିତିଶ କୁମାର ଭୂୟାଁ,ସୁବ୍ରତ ଲେଙ୍କା,ଅନିଲକୁମାର ସେଣ୍ଢ,ଅମିୟକୁମାର ପରିଡା କାର୍ଯ୍ଯ ସମ୍ପାଦନ କରୁଛନ୍ତି । ସ୍କୋର ଏବଂ ଅଫିସିଆଲ ଭାବେ ବିଧୁଭୂଷଣ ରଥ,ଶ୍ରୀକାନ୍ତ ନାୟକ,ତ୍ରିଲୋଚନ ଦାସ,ସୁଜୟ କୁମାର ନାୟକ,ନିରଞ୍ଜନ ନାୟକ,କଳାକାର ସାମଲ  ସକ୍ରିୟ ସହଯୋଗ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ରାମେଶ୍ବର ଆଞ୍ଚଳିକ ଯୁବକ ସଂଘ ର ସଭାପତି ପ୍ରଦିପକୁମାର ସାହୁ ,ଜୟକୃଷ୍ଣ ବଳ,ହେମନ୍ତ କୁମାର ଜେନା,କଳ୍ପତରୁ ନାଥ,ରାଧେଶ୍ଯାମ ସ୍ବାଇଁ,ଲାଲୁ ପ୍ରସାଦ ସ୍ବାଇଁ, ଭାରତଭୂଷଣ ନାୟକ,ମନ୍ମଥକୁମାର ସାହୁ,ରବିନ୍ଦ୍ର କୁମାର ସ୍ବାଇଁ,ଜଗବନ୍ଧୁ ଜେନା,ଅକ୍ଷୟକୁମାର ସାହୁ,ବସନ୍ତକୁମାର ମାଝୀ,ମନ୍ମଥ ରଣା,ମାନସ ମହାରଣା,ଅଚ୍ଯୁତାନନ୍ଦ ଜେନା ସମେତ ସମସ୍ତ ସଦସ୍ଯ ଉପସ୍ଥିତ ରହି ସକ୍ରିୟ ସହଯୋଗ କରୁଛନ୍ତି।  ଫାଇନାଲ ମ୍ଯାଚ ଦେଖିବାକୁ  ବିଳମ୍ବିତ ରାତ୍ରୀ ପର୍ଯ୍ଯନ୍ତ ହଜାରହଜାର ଦର୍ଶକ ଉପସ୍ଥିତ ରହି ଭଲିଖେଳର ମଜା ଉଠାଇଥିଲେ।ଶେଷରେ ଆୟୋଜକ କ୍ଲବ ପକ୍ଷରୁ  ଲଟେରୀ ମାଧ୍ଯମରେ ଜଣେ ଭାଗ୍ଯଶାଳୀ ଦର୍ଶକ ଚୟନ କରାଯାଇ   ଏକ ସାଇକେଲ ପ୍ରଦାନ କରାଯାଇଥିଲା  ।
Nalco
Leave A Reply