ତିହିଡି,୦୩/୦(ଯଦୁମଣି ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଆୟୋଜନ ଅବସରରେ ତିହିଡି ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତରୁ ଆସିଥିବା ୧୪୮ ଜଣ କବି, ଲେଖକ ତଥା ଓଡିଆ ଭାଷା, ସାହିତ୍ୟ ଅନୁରାଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ତିହିଡି ବ୍ଲକ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ଣରେ ଆୟୋଜିତ ଉତ୍ସବରେ ବିଡିଓ ଜ୍ୟୋତିର୍ମୟ କର ଏମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ହୃଦାନନ୍ଦ ପାଣିଗ୍ରାହୀ, ଇଂ ଅଭୟ କୁମାର ସୂତାର, ବିପ୍ଳବ ରଞ୍ଜନ ପତି, ସମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, ବିଭୂତି ଭୂଷଣ ସେନାପତି, ଏବିଡିଓ ମାନସ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକର ପଞ୍ଚାୟତ ଗୁଡିକର ପିଇଓ ମାନଙ୍କୁ ଉପରୋକ୍ତ ତାଲିକା ପ୍ରଦାନ କରିବାକୁ ନିଦେ୍ର୍ଦଶ ଦିଆ ହୋଇଥିଲା । ସେମାନେ ପ୍ରଦାନ କରିଥିବା ତାଲିକା ଅନୁସାରେ ଆଜି ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
