Odisha news

ଭଂଜନଗର ବ୍ଳକ ସମ୍ମିଳନୀ କକ୍ଷରେ ପ୍ରଥମ ଓଡ଼ିଆ ଭାଷା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

0

ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର : ଭଂଜନଗର ବ୍ଳକ ସମ୍ମିଳନୀ କକ୍ଷରେ ପ୍ରଥମ ଓଡ଼ିଆ ଭାଷା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭଂଜନଗର ବ୍ଳକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଆବାହକତ୍ଵ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଭଂଜନଗର ବ୍ଲକ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ନରୀସଭା ନାୟକ ଓ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ଭଂଜନଗର ବ୍ଲକ ଉପାଧ୍ୟକ୍ଷା ଶ୍ରୀ ମତି ରାଜଲକ୍ଷ୍ମୀ ପ୍ରଧାନ। ଅତିଥି ମାନେ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଫୋଟୋ ରେ ପୂଜାର୍ଚ୍ଚନା କରି ପୁଷ୍ପମାଲ୍ୟ ଦେଇଥିଲେ ତତ୍ ପରେ ଭଂଜ ସଙ୍ଗୀତ ଗାନ କରାଯାଇଥିଲା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଯୁକ୍ତ କୃତ୍ତିବାସ ବିଶ୍ଵାଳ ମୂଖ୍ୟ ବକ୍ତା ରୂପେ ଯୋଗଦେଇ ସମାଜରେ ଓଡ଼ିଆ ଭାଷା ସାହିତ୍ୟ ର ଗୁରୁତ୍ଵ ଓ ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ “ପ୍ରଥମ ଓଡ଼ିଆ ଭାଷା ସାହିତ୍ୟ ସମ୍ମିଳନୀ -୨୪” ଆଲୋଚନା ଚକ୍ର ରେ ଅଂଶଗ୍ରହଣ କରି ଶ୍ରୀ ଯୁକ୍ତ ଜଗବନ୍ଧୁ ଯେନା, ଶ୍ରୀ ଯୁକ୍ତ ନେତାଜୀ ବିଷୋୟୀ, ଶ୍ରୀ ଯୁକ୍ତ ସନ୍ତୋଷ କୁମାର ଯେନା ଓ ଦିଲିପ୍ ଶବର ନିଜ ନିଜର ମତପୋଷଣ କରିଥିଲେ। ଏହି ସମସ୍ତ କାର୍ଯ୍ୟ କୁ ସମାଜସେବୀ ଶ୍ରୀ ଯୁକ୍ତ ଶୂଳପାଣି ଶତପଥୀ ଅତି ସୁନ୍ଦର ଭାବେ ସଂଯୋଜନା କରିଥିଲେ। ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ପ୍ରଗାଢ ଅନୁରାଗ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ପରିଶେଷରେ ଭଂଜ ସଙ୍ଗୀତ ଓ ତାପରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ ସହ ସଭାପତି ସଭାକାର୍ଯ୍ୟର ପରିସମାପ୍ତି ଘୋଷଣା କରିଥିଲେ।

Ad2
Leave A Reply