Odisha news

ପୁଷ ପୂର୍ଣ୍ଣିମା ରେ ଘଟୁଛି ଏହି ୭ ଟି ଦୁର୍ଲଭ ସଂଯୋଗ, ମିଳିବ ମାଲକ୍ଷ୍ମୀ ଙ୍କ କୃପା 

0
ସବୁ ମାସର ଶେଷ ଦିନ ସେହି ମାସର ପୂର୍ଣ୍ଣିମା ଦିନ ଟି ଅଟେ l ବର୍ତମାନ ପୁଷ ମାସ ଚାଲିଛି , ଏବଂ ଚଳିତ ଥର ପୁଷ ମାସ ଜାନୁଆରୀ ୨୫ ତାରିଖ ଦିନ ପଡୁଛି l ଶାସ୍ତ୍ର ରେ ପୁଷ ମାସ ର ପୂର୍ଣ୍ଣିମା କୁ ମୋକ୍ଷଦାୟିନୀ ପୂୂର୍ଣ୍ଣିମା ବୋଲି କୁହାଯାଇ ଥାଏ l ଏହିଦିନ ଗଙ୍ଗା ସ୍ନାନ ର ମଧ୍ୟ ମହତ୍ୱ ରହିଛି l
ଚଳିତ ଥର ପୁଷ ପୁୁର୍ଣିମା ରେ ଗୁରୁ ପୁଷ୍ୟ ଯୋଗ ସମେତ ୭ ଟି ଶୁଭ ସଂଯୋଗ ମଧ୍ୟ ଘଟୁଛି l ଏହିଦିନ ସର୍ବାର୍ଥ ସିଦ୍ଧି ଯୋଗ , ପ୍ରୀତି ଯୋଗ , ରବି ଯୋଗ , ଗୁରୁବାର ସହିତ ତ୍ରିଗ୍ରହୀ ଯୋଗ ର ସଂଯୋଗ ଘଟୁଛି l ଗୁରୁ ପୁଷ୍ୟ ଯୋଗ ରେ ମା ଲକ୍ଷ୍ମୀଙ୍କ ର ବିଶେଷ ପୂଜାର୍ଚନା କରାଯାଇ ଥାଏ l ଏବଂ ଏହିଦିନ ଭୂମି , ବାହାନ, ଗାଡି ଇତ୍ୟାଦି କିଣିବା ମଧ୍ୟ ଶୁଭ ପ୍ରଦ ଅଟେ l
* ପୁଷ ମାସ ପୂର୍ଣ୍ଣିମା ରେ ବୁଦ୍ଧ , ମଙ୍ଗଳ , ଓ ଶୁକ୍ର ତିନି ଗ୍ରହ ଧନୁ ରାଶି ରେ ବିରାଜମାନ କରିବେ l ଏହାଦ୍ୱାରା ତ୍ରିଗ୍ରହୀ ଯୋଗ ଘଟିବ l ଏହି ଯୋଗ ପଦ – ପ୍ରତିଷ୍ଠା ଦେଇଥାଏ ଓ ଭାଗ୍ୟ ଉଦୟ ହୋଇଥାଏ l
* ପୁଷ ପୂୂର୍ଣ୍ଣିମା ଦିନ ଗୁରୁବାର ପଡୁଥିବା କାରଣରୁ ସତ୍ୟନାରାୟଣ ପୂଜା ର ବିଶେଷ ମହତ୍ୱ ରହିଛି l ଏବଂ ଏହିଦିନ ସତ୍ୟନାରାୟଣ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ମିଳିଥାଏ l
* ପୁଷ ପୂର୍ଣ୍ଣିମା ଗୁରୁବାର୍ ରେ ଅନୁଷ୍ଠିତ ହେଉଥିବା କାରଣରୁ ମାତା ଲକ୍ଷ୍ମୀ ଙ୍କ ନିକଟରେ ଦୁବ , ବରକୋଳି ପତ୍ର ଓ ଚାଉଳ ଅର୍ପଣ କରନ୍ତୁ l ଏହାଦ୍ୱାରା ଦରିଦ୍ରତା ନାଶ ହୋଇଥାଏ l
* ଚଳିତ ଥରର ପୁଷ ପୂର୍ଣ୍ଣିମା ର ବିଶେଷ ଯୋଗ କାରଣରୁ ହଳଦୀ ଓ ଚାଉଳ କୌଣସି ଗାଇ କୁ ଖାଇବାକୁ ଦେବା ଦ୍ୱାରା ଖରାପ ସମୟ ଦୂର ହୋଇଥାଏ l
Leave A Reply