ଭଞ୍ଜାନଗର, ୨୨/୧. ଭଞ୍ଜନଗର ଥାନା ଅନ୍ତର୍ଗତ ଗଣ୍ଡା ପଡ଼ା ଗ୍ରାମରୁ ଗତକାଲି ପୁଲିସ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିବାରେ ସକ୍ଷମ ହୋଇଛି।ବ୍ୟବସାୟ ଉଦ୍ଦେଶ୍ୟରେ ଉକ୍ତ ଗ୍ରାମର ମନୋଜ କୁମାର ବେହେରା ନିଜ ଘର ବାରଣ୍ଡାରେ ଏସବୁ ମଦ ରଖିଥିଲା।କୌଣସି ସୂତ୍ରରୁ ଖବର ପାଇ ପୁଲିସ ଗତକାଲି ସେଠାରେ ଚଢ଼ାଉ କରିଥିଲା।ଏହି ସମୟରେ ବିଭିନ୍ନ ବ୍ରାଣ୍ଡର ୧୧୪.୫୭୦ ଲିଟର ବିଦେଶୀ ମଦ ଜବତ କରିଛି।ଅବକାରୀ ଆଇନ ଧାରା ୟୁ / ଏସ-୫୨ (କ) ଅନୁଯାୟୀ ଭଞ୍ଜନଗର ଥାନା କେସ ନଂ ୬୨/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀ କହିଛନ୍ତି।