Odisha news

ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜଶୀଳତା ଉତ୍ସବ ଅନୁଷ୍ଠିତ

0
 ବେତନଟୀ :  ବୈଶିଙ୍ଗା ଥାନାର ଅଁଳା ଗ୍ରାମ ପଞ୍ଚାୟତ ଅଧୀନ ରାଇକମା ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃନଶୀଳତା ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି।  ପ୍ରଧାନ ଶିକ୍ଷକ ଶ୍ରୀ ଅଜିତ କୁମାର ଜେନା ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବଶିଷ୍ଠ ଶିକ୍ଷାବିତ୍ ଶ୍ରୀ ରାଜ କିଶୋର ଦାଶ ମୂଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟ କ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆଗାମୀ ଫେବୃୟାରୀ ୩ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ବ ଓଡିଆଭାଷା ସମ୍ମିଳନୀ ଅୟୋଜନ ପରିପ୍ରେକ୍ଷୀରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଓ ସୃଜନଶୀଳତା କୁ ଉତ୍ସାହିତ କରିବା ପାଇଁ ଏହି ଉତ୍ସବର ମୂଳ ଲକ୍ଷ୍ୟ ବୋଲି ପ୍ରଧାନ ଶିକ୍ଷକ ଉଲ୍ଲେଖ କରିଥିଲେ। ବିଦ୍ୟାଳୟ ରେ ଥିବା ସାହିତ୍ୟ ସୃଜନୀ, କୌଶଳୀ, ଜିଜ୍ଞାସ ଓ କ୍ରୀଡ଼ାଙ୍ଗନ୍ କ୍ଲବ୍ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା  ବିଭିନ୍ନ ପ୍ରସ୍ତୁତ କରି ପ୍ରଦର୍ଶନ କରାଯାଇଥିଲା। ଏତଦ୍ ବ୍ୟତୀତ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କବିତା ଆବୃତ୍ତି, ଗଳ୍ପ କଥନ, ଏକାଙ୍କିକା “ରେବତୀ” ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ପ୍ରକଳ୍ପ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗୀତାରେ ସଫଳତା ହାସଲ କରିଥିବା ବିଜେତାଙ୍କୁ ମୂଖ୍ୟଅତିଥି ଙ୍କ ଦ୍ୱାରା ପୁରସ୍କୃତକରାଯାଇଥିଲା।ଓଡ଼ିଶା ସରକାର ଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦଶକ୍ରମେ ସାରା ଓଡିଶା ରେ ୫ଟି ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଜାନୁୟାରୀ ମାସ ୧୬ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାର୍ଗଦର୍ଶନ ରେ ଅନୁଷ୍ଠିତ ଏହି ଉତ୍ସବରେ ବଶିଷ୍ଠ ଶିକ୍ଷକ ନିରଞ୍ଜନ ବାରିକ, ସତ୍ୟନାଥ ମହାନ୍ତ, ଶୁଭାଶିଷ ପଣ୍ଡା, ଉପେନ୍ଦ୍ର ମହାନ୍ତ, ହରେକୃଷ୍ଣ ମହାନ୍ତ   ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି କାର୍ଯକ୍ରମ ସଞ୍ଚାଳନ କରିଥଲେ।।ପରିଚାଳନା କମିଟିର ସଦସ୍ୟ ସଦସ୍ୟା,ପୁରାତନ ଛାତ୍ର ସଂସଦ ର ସଦସ୍ୟ ଓ ଅଭିଭାବକ  ମାନେ ଅଂଶଗ୍ରହଣ କରି କାର୍ଯକ୍ରମ ସମ୍ବନ୍ଧରେ ଅବଗତ ହୋଇ ସନ୍ତୋଷ ବ୍ୟକ୍ତ କରିଥିଲେ। ସର୍ବଶେଷରେ ବିଦ୍ୟାଳୟର ଛାତ୍ରୀ  ଜ୍ୟୋତିର୍ମୟୀ ନାଥ ଧନ୍ୟବାଦ୍ ଜ୍ଞାପନ କରିଥିଲେ।
Ad2
Leave A Reply