Odisha news

ଓୟେ ହୋଟେଲ ରୁ ଯୁବତୀ ଙ୍କ ମୁର୍ତ୍ୟୁ ଦେହ ଠାବ, ପରିବାର ଆଣିଲେ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗ!

0

ରଙ୍ଗେଈଲୁଣ୍ଡା!!!ଗୋଲନ୍ଥରା ଥାନା ଅନ୍ତର୍ଗତ ହଳଦିଆ ପଦର ଅଟୋ ନଗର ସ୍ଥିତ ନିର୍ମାଲ୍ୟ ପ୍ଲାଜା ଓୟ ହୋଟେଲ ରୁ ଗତକାଲି ରାତ୍ର ରେ ଜଣେ ଯୁବତୀ ଙ୍କ ମୁର୍ତ୍ୟୁ ଦେହ ଠାବ ହୋଇଥିବା ସୂଚନା ମିଳିଛି!ଗୋଲନ୍ଥରା ପୋଲିସ ଘଟଣା ସ୍ଥଳ ରୁ ମୁର୍ତ୍ୟୁ ଦେହ କୁ ଜବତ କରି ଘଟଣା ର ଅନୁସନ୍ଧାନ ଜାରି କରୁଥିବା ଜଣା ପଡିଛି!ଘଟଣା ସୂତ୍ର ରୁ ପ୍ରକାଶ ଯେ, ରାୟଗଡା ଅଂଚଳ ର ଜଣେ ଯୁବକ କୌଣସି ଏକ କମ୍ପାନୀ ରେ ସେଲସ ମ୍ୟାନେଜର ଭାବେ ଚାକିରୀ କରନ୍ତି, ଘଟଣା କ୍ରମେ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଞ୍ଚଳ ର ଜୈନିକ ଯୁବତୀ ଯିଏ କି ଜଣେ ଅଙ୍ଗନବାଡି କର୍ମୀ ଙ୍କ ସହ ସୋସିଆଲ ମିଡ଼ିଆ ରେ ବନ୍ଧୁତା ହେବା ସହ ପ୍ରେମ ସମ୍ପର୍କ ସ୍ଥାପନ ହୁଏ!ଗତକାଲି ଉକ୍ତ ଯୁବକ ଜଣକ ପୁରୀ ଚନ୍ଦନପୁର ଅଞ୍ଚଳ କୁ ଯାଇ ଝିଅ ଟି କୁ ବ୍ରହ୍ମପୁର ନେଇ ଆସିଥିଲେ, ଏଠାକୁ ଆସିବା ପରେ ହଳଦିଆ ପଦର ଠାରେ ଅବସ୍ଥିତ ନିର୍ମାଲ୍ୟ ପ୍ଲାଜା ଓୟ ହୋଟେଲ କୁ ଆସି ରହିଥିଲେ!ରାତ୍ର 12 ଘଣ୍ଟା ସମୟରେ ଝିଅ ଟି ର ସନ୍ଦେହ ଜନକ ଅବସ୍ଥାରେ ମୁର୍ତ୍ୟୁ ଘଟିଥିଲା!ଫଳରେ ପୁଅ ଟି ଝିଅ ର ମା ଙ୍କୁ ଫୋନ ରେ ଜଣାଇବା ସହ ବ୍ରହ୍ମପୁର ସ୍ଥିତ ବଡ ମେଡିକାଲ କୁ ନେଇ ଆସିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୁର୍ତ୍ୟୁ ଘୋଷଣା କରିଥିଲେ!ମୁର୍ତ୍ୟୁ ଝିଅ ଟି ର ପାଟି ରୁ ଫେଣ ବାହାରି ଥିବାରୁ ଏହା ଏକ ବିଷ କ୍ରିୟା ଜନିତ ମୁର୍ତ୍ୟୁ ବୋଲି ସନ୍ଦେହ ବଡ଼ିବାରେ ଲାଗିଛି!ଖବର ପାଇ ମୁର୍ତ୍ୟୁ ଝିଅ ର ପରିବାର ବର୍ଗ ଆସି ଝିଅ କୁ ଦୁଷ୍କର୍ମ ସହ ହତ୍ୟା ହୋଇଥିବା ନେଇ ଗୋଲନ୍ଥରା ଥାନାରେ ଅଭିଯୋଗ କରିଛନ୍ତି!ଗୋଲନ୍ଥରା ଥାନା କେଶ ନମ୍ବର 23/24 ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚାଲିଥିବା ଥାନା ସୂତ୍ର ରୁ ପ୍ରକାଶ!

Govt
Leave A Reply