ବାରିପଦା : ଓଡ଼ିଶା ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ତୃଣମୂଳରେ କ୍ରୀଡ଼ାକୁ ପ୍ରୋତ୍ସାହନ କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ସଚେତନତା ସୃଷ୍ଟି କରିବା ନିମନ୍ତେ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଫୁଟ୍ବଲ୍ ପ୍ରତିଯୋଗିତା ଉଦ୍ୟାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ପ୍ରତିଯୋଗିତାରେ ମୟୂରଭଞ୍ଜର ବିଭିନ୍ନ ଗ୍ରାମାଞ୍ଚଳ ଫୁଟ୍ବଲ୍ କ୍ଲବ ଯଥା ତକତପୁର, ଛାଞ୍ଚ, ଲକ୍ଷ୍ମୀପୋଷି, ରଙ୍ଗାମାଟିଆ, ଗୁଞ୍ଜୁସାହି, ହରିଣଶୋଳ, ଖଣ୍ଢିଖାଲ, ଉଦଳା, ଏସ୍ଏସ୍ଏସ୍ସି ଧଡ଼ିପଦା, ଜମ୍ଭୀରଡିହା, କେସିପୁର, ଭୁବନେଶ୍ୱର ବାଉନ୍ସର, ରଜାବସା, ଶଙ୍ଖାଭଙ୍ଗା, ଝିଙ୍କିରିଆ, ଏମ୍ବିଏସ୍ ବାରିପଦା ଆଦି ଭାଗ ନେଇଥିଲେ । ଶୁକ୍ରବାର ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ ହରିଣଶୋଳ ଟିମ୍ କେସିପୁର ଟିମ୍କୁ ୧-୦ରେ ପରାସ୍ତ କରି ବିଜେତା ଟ୍ରଫି ହାସଲ କରିଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେତା ଟିମ୍କୁ ଟ୍ରଫି ପ୍ରଦାନ କରିଥିଲେ । ଆଇକୁ୍ୟଏସି ନିଦେ୍ର୍ଦଶିକା ପ୍ରଫେସର ଏମ୍. ହିମବିନ୍ଦୁ, କୁଳସଚିବ ସହଦେବ ସମାଧିଆ, ସହଯୋଗୀ ପ୍ରଫେସର ଡଃ ସୁକାନ୍ତ କୁମାର ନାୟକ ଓ ସହକାରୀ ପ୍ରଫେସର ଡଃ ଯତୀନ୍ଦ୍ରନାଥ ବେଶ୍ରା ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡ଼ା ସଂସଦର ସଂପାଦକ ତଥା ସହଯୋଗୀ ପ୍ରଫେସର ଡଃ ପ୍ରଭଞ୍ଜନ ମଲ୍ଲିକ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ, କ୍ରୀଡ଼ା ସଂସଦର କର୍ମଚାରୀ ଉଜିତ କୁମାର ଦାସ, ସୀମାନ୍ତ ମହାବିଦ୍ୟାଳୟର ଶ୍ରଦ୍ଧାନନ୍ଦ ସାହୁ ଓ ବିଶ୍ୱବିଦ୍ୟଳୟର କର୍ମଚାରୀଗଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଶ୍ୱବିଦ୍ୟଳୟର ଅନ୍ୟ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।
