Odisha news

ଆନନ୍ଦପୁର ପ୍ରେସ ଫୋରମ ପକ୍ଷରୁ ନିର୍ବାଚନି ସଚେତନତା ମାରାଥନ ରାଲି

0
   ଆନନ୍ଦପୁର ପ୍ରେସ ଫୋରମ ପକ୍ଷରୁ 2024 ସାଧାରଣ ନିର୍ବାଚନ ଅବ୍ୟବହୁତ ପୂର୍ବରୁ ଏକ ନିର୍ବାଚନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି ll ଆନନ୍ଦପୁର ପ୍ରେସ ଫୋରମ କାର୍ଯ୍ୟାଳୟ ଠାରୁ ଏହି ସଚେତନତା ରାଲିକୁ ପ୍ରେସ ଫୋରମର ଉପଦେଷ୍ଟା କମଳାକାନ୍ତ ଦାସ, ସଭାପତି ଉମେଶ ଚନ୍ଦ୍ର ପାଢ଼ୀ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ଆନନ୍ଦପୁର ମହାବିଦ୍ୟାଳୟ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମାପ୍ତ ହୋଇଥିଲା ll 2024 ନିର୍ବାଚନରେ ଏହି ସଚେତନତା ରାଲିର ମୁଖ୍ୟ ଉଦେଶ୍ୟ ଥିଲା ଅବାଧ ନିରପେକ୍ଷ ମାଧ୍ୟମରେ ଯୁବ ପିଢ଼ି ମାନେ ଅଧିକରୁ ଅଧିକ ମତଦାନ ସହିତ ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନରେ ପ୍ରଶାସନକୁ ସହଯୋଗ କରିବା ll ସେହିପରି *ବୃକ୍ଷ ହିଁ ଜୀବନ* ଜଳ ବାୟୁ ପରିବର୍ତ୍ତନ ରୋକିବା ପାଇଁ ପ୍ରତେକ ବ୍ୟକ୍ତି ବିବାହ ଘର, ବ୍ରତ ଘର ଓ ଜନ୍ମଦିନ ରେ ବୃକ୍ଷ  ଲଗାଇବା ପାଇଁ ଜନସାଧାରଣଙ୍କୁ ସଚେତନତା ରାଲିରେ ବାର୍ତ୍ତା ପ୍ରଦାନ କରାଯାଇଥିଲା ll ଶେଷରେ ଆନନ୍ଦପୁର ପ୍ରେସ୍ ଫୋରମର ସମସ୍ତ ଗଣମାଧ୍ୟମ ପ୍ରତିନଧିଙ୍କୁ ନେଇ ପ୍ରେସ ଫୋରମ କାର୍ଯ୍ୟାଳୟରେ ଏକ ସାଧାରଣ ସଭା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ସାଧାରଣ ସଭାରେ ବରିଷ୍ଠ ସାମ୍ବାଦିକ ମଦନ ପାଣିଙ୍କ ସଂଯୋଜନାରେ ଉପଦେଷ୍ଟା କମଳା ଦାସ, ସଭାପତି ଉମେଶ ଚନ୍ଦ୍ର ପାଢ଼ୀ ସମ୍ପାଦକ ନିର୍ମଳ ରାଉଳ ଉପସ୍ଥିତ ରହି ପ୍ରେସ ଫୋରମର ଆଭିମୁଖ୍ୟ ଓ ଓଡିଶା ନିୟୁଜ ଚ୍ୟାନେଲର ଅଗ୍ରଗତି ଏବଂ ଆଗାମୀ ଦିନରେ ବିଭିନ୍ନ ପଞ୍ଚାୟତରେ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ପ୍ରେସ ଫୋରମର ସଭାପତି ମନ୍ତବ୍ୟ ଦେଇଥିଲେ ll ଆଜିର ଏହି ସଚେତନ ରାଲିରେ ଉପଖଣ୍ଡର ବିଭିନ୍ନ ପଞ୍ଚାୟତର ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ବହୁ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ରହିଥିବା ବେଳେ ଶେଷରେ ସମ୍ପାଦକ ନିର୍ମଳ ଚନ୍ଦ୍ର ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ll

Leave A Reply