Odisha news

ମୟୂରଭଞ୍ଜର ଗଣପର୍ବ ମକର ପାଇଁ ବୈଶିଙ୍ଗା ଅଞ୍ଚଳ ଚଳଚଞ୍ଚଳ, ଡାହିବାଡି ସାପ୍ତାହିକ ହାଟରେ ପ୍ରବଳ ଭିଡ

0
ବେତନଟୀ : ଖରିଫ ଧାନ ଅମଳର ପରେ ପରେ ମକର ସଂକ୍ରାନ୍ତି ପାଇଁ ସାରା ମୟୂରଭଞ୍ଜ ଏକ ପ୍ରକାରର ଉତ୍ସବ ମୁଖର ହୋଇଥାଏ। ଚଳିତ ବର୍ଷ ୨୦୨୪ ରେ ଏହି ମକର ପର୍ବ ହର୍ଷ ଉଲ୍ଲାସରେ ପାଳନ କରାଯିବାର ଆଶା କରାଯାଉଛି। ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ସମସ୍ତେ ନବ ବସ୍ତ୍ର ପରିଧାନ କରିବା ସହିତ ନୃତ୍ୟଗୀତରେ ମସଗୁଲ ହୋଇ ଥାଆନ୍ତି। ଏଥି ପାଇଁ ଦୋକାନ ,ବଜାର , ହାଟ ମାନଙ୍କରେ ଗଣ ପର୍ବ ମକର ନିମନ୍ତେ ବିଭିନ୍ନ ଦ୍ରବ୍ୟ କିଣା ବିକା କରାଯାଉଥିବାର ଦେଖାଯାଇଥିଲା। ଏହି ଉତ୍ସବରେ ଆଦିବାସୀ ମାନଙ୍କର ଆଉ ଏକ ପରମ୍ପରା ଦାମୋଦର ଯାତ୍ରା ମଧ୍ୟ ପାଳନ କରାଯାଇଥାଏ । ଏହି ଦିନ ଆଦିବାସୀ ସମ୍ପ୍ରଦାୟର ପିତୃ ପୁରୁଷଙ୍କ ଅସ୍ଥିକୁ ବିଭିନ୍ନ ନଦୀର ତ୍ରୀବେଣୀ ସଂଗମରେ ବିସର୍ଜନ କରାଯାଇଥାଏ। ସାଧାରଣ ଲୋକଙ୍କ ଘରେ ପିଠା ପଣା , ମକର ଚାଉଳ ପ୍ରସ୍ତୁତି କରାଯାଇଥାଏ।ଏହି  ମକର ପର୍ବ ମୟୂରଭଞ୍ଜ ଜିଲ୍ଲାରେ ଏକ ସପ୍ତାହ ଧରି ପାଳନ କରାଯାଉଥିବା ବେଳେ ଖେଳ କୁଦ ପ୍ରତିଯୋଗିତା ହେବା ସହିତ ଆଦିବାସୀ ଏବଂ କୁଡୁମି ସମ୍ପ୍ରଦାୟର ପରମ୍ପରା ଅନୁଯାୟୀ ଆରାଧ୍ୟ ଦେବୀ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ଶୋଭା ଯାତ୍ରା ନିଆଯାଇ ପୁଷ୍କରିଣୀରେ ବିସର୍ଜନ କରାଯାଇଥାଏ। ମକର ପର୍ବର ପୂର୍ବଦିନ ରେ ବୈଶିଙ୍ଗା ଥାନା ଅଧୀନ ଡାହିବାଡି ସାପ୍ତାହିକ ହାଟରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା l ହାଟରେ ମୂଖ୍ୟତଃ ମକର ପ୍ରସ୍ତୁତି ନିମିତ୍ତ ଚୂଡା , ଗୂଡ, ତିଳଉ, ଫେଣି,ଫଳମୂଳ ସାଙ୍ଗକୁ ଲୁଗା ଦୋକାନରେ ପ୍ରବଳ ଭିଡ ଥିବାର ଦେଖାଯାଇଥିଲା l ଅନ୍ୟ ଏକ  ମୂଖ୍ୟ ଆକର୍ଷଣ ଲଢେଇ ପାଇଁ ବ୍ୟବହୃତ ଦେଶୀ କୁକୁଡା ବିକ୍ରି ହେଉଥିବା ବେଳ ଅନେକ ବେପାରୀ ଏବଂ ଗ୍ରାହକଙ୍କ ଭିଡ ମଧ୍ୟ ଜମିଥିଲା ।
Nalco
Leave A Reply