Odisha news

ଜିଲ୍ଳାସ୍ତରୀୟ ମିନି ମାରାଥନ ଅନୁଷ୍ଠିତ।   

0
 ନୂଆପଡ଼ା – ୧୩/୦୧ ସକାଳ ଖବର (ସୁରେନ୍ଦ୍ର ତିୱାରୀ)  ଗତ କାଲି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ  ନୂଆପଡ଼ା ଯୁବ କଂଗ୍ରେସ ପକ୍ଷରୁ ୯ମ ତମ ଜିଲ୍ଲା ସ୍ତରୀୟ ମିନି ମାରାଥନ୍ ପ୍ରତିଯୋଗିତା ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଶାହରୁଖ୍ ଖାନ୍ ଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତା ଉଦ୍ୟାନବନ୍ଧ ଆମ୍ବେଦକର ଛକ ରୁ ଆରମ୍ଭ ହୋଇ କୋମନା ବସ ଷ୍ଟାଣ୍ଡ ଦୀର୍ଘ ୮ କିମି ପର୍ଯ୍ୟନ୍ତ ହୋଇଥିଲା l ମାରାଥନ ପ୍ରତିଯୋଗିତାରେ ୧୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ଜିଲ୍ଲା କଂଗ୍ରେସ ସଭାପତି  ସୁରେଶ କୁମାର ଆଜାଦ ଯୋଗଦେଇ ମାରାଥନକୁ ଶୁଭାରମ୍ଭ କରିଥିଲେ l ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ଡ଼ୋଲାମଣୀ ଚିରଗୁନ ପ୍ରଥମ, କଳାହାଣ୍ଡିର ନିରିନ୍ଦ ଗହୀର ଦ୍ଵିତୀୟ, ସୋନପୁର ଜିଲ୍ଲାର ଦୟାନିଧି ମୁଣ୍ଡା ତୃତୀୟ ଏବଂ ମହିଳା ବିଭାଗରେ ଦ୍ରୌପଦୀ ଛତ୍ରିଆ ପ୍ରଥମ, କେଶଳତା ପାଣ୍ଡେ ଦ୍ଵିତୀୟ, ଶିଳାନ୍ତି ସୁନା ତୃତୀୟ ସ୍ଥାନ ଅଧିକାର କରିଥିଲେ l ଉକ୍ତ ପ୍ରତିଯୋଗିତାର ପୁରସ୍କାର  ବିତରଣି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ଭରତ ରାଉତ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ କୁମାର ଅହିର, କୋମନା ବ୍ଲକ ପୂର୍ବତନ କଂଗ୍ରେସ ସଭାପତି କୈଳାଶ ଚନ୍ଦ୍ର ବାଗ, ବିଧାନସଭା ଯୁବ କଂଗ୍ରେସ ଉପ ସଭାପତି ନରେନ୍ଦ୍ର ନାଗ, ବିରାଟ ତାଣ୍ଡି, ଛାତ୍ର କଂଗ୍ରେସ ଉପସଭାପତି ରାହୁଲ ଜାଲ , ଦେବା ଦୀକ୍ଷିତ, ସୋନୁ ପଟେଲ , ଏମ୍.ଡି. ଇରସାଦ, ଉମା ବନଛୋର ପ୍ରମୁଖ ଯୋଗଦାନ କରିଥିଲେ l
Leave A Reply