ଆଠଗଡ଼ ତା ୧୨-୦୧-୨୪ ଆଜି କଟକ ଜିଲ୍ଲା ଅବକାରୀ ସ୍ବତନ୍ତ୍ର ଟିମ୍ ପକ୍ଷରୁ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଡବାଗାଡିଆ ଗ୍ରାମ ରେ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ରନ୍ଧା ମଦ ଜବତ କରା ଯିଵା ସହିତ ଦୁଇ ଟି ଗାଡ଼ି ଜବତ କରା ଯାଇଛି। ଡବାଗାଡିଆ ରେ ବିପୁଳ ପରିମାଣର ମଦ ବାହାର କୁ ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ ଏବଂ ପୋଲିସ ର ମିଳିତ ଟିମ୍ ସେଠାରେ ଚଢାଉ କରି ଥିଲେ। ଚଢାଉ ସମୟରେ ଗୋଟିଏ କାର ନଂ ଓ ଆର -୦୨- ଏନ୍ -୯୬୦୧ ରେ ବୋଝେଇ ହୋଇ ଥିବା ୨୦୩୦ ଲିଟର ଚୋରା ଦେଶୀ ରନ୍ଧା ମଦ ଏବଂ ସେହି ଗାଡ଼ି କୁ ବାଟ କଢାଉଥିବା ଏକ ମୋଟର ସାଇକେଲ ନଂ ଓଡି -୦୫- ବିଏ – ୦୬୫୦ କୁ ଜବତ କରା ଯାଇଛି। ଚଢାଉ ବେଳେ ତିନି ଜଣ ମଦ ମାଫିଆ ଘଟଣାସ୍ଥଳ ରୁ ଫେରାର ହୋଇ ଯାଇଥିବା ବିଭାଗୀୟ ସୁତ୍ରରୁ ଜଣାପଡିଛି। ଅନ୍ୟ ପକ୍ଷରେ ଫେରାର ମଦ ମାଫିଆଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲିି କୁହାଯାଇଛି। ଏହି ଚଢାଉ ରେ ଆଠଗଡ଼ ଅବକାରୀ ବିଭାଗ, କଟକ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ ଗୁରୁଡିଝାଟିଆ ଥାନା ର କର୍ମଚାରୀ ମାନେ ଭାଗ ନେଇଥିଲେ।
