Odisha news

ଘଣ୍ଟ ହୁଳହୁଳିରେ କମ୍ପିଲା ରେଙ୍ଗାଳି : ୱାର୍ଡ ବୁଲିଲା ଅର୍ପଣ ରଥ

0
ରେଙ୍ଗାଳି : ଜାନୁୟାରୀ ୧୭ ରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ପାଳନ ଉପଲକ୍ଷେ କଣିହାଁ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ପୂର୍ବାହ୍ନରେ ରେଙ୍ଗାଳି ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରିଣୀ ଜୟଶ୍ରୀ ସାମଲ ଙ୍କ ତତ୍ତ୍ୱାବଧାନରେ ଜଗତରନାଥ ଜଗରନ୍ନାଥ ସ୍ୱାମୀଙ୍କ ଅର୍ପଣ ରଥର ଶୁଭାରମ୍ଭ ରେଙ୍ଗାଳି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା ପରେ ଅର୍ପଣ ରଥର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ରଥ ରେଙ୍ଗାଳି ପ୍ରକଳ୍ପ ଅଞ୍ଚଳ ଓ ରେଙ୍ଗାଳି ଗ୍ରାମପଞ୍ଚାୟତର ସମସ୍ତ ଗାଁ ରେ ରଥ ପରିକ୍ରମା କରି ଗୁଆ ଚାଉଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା । ଲୋକମାନେ ସ୍ୱତଃପ୍ରବୃତ ଭାବରେ ଠାକୁରଙ୍କୁ ବନ୍ଦାପନା କରି ଗୁଆ ଚାଉଳ ଦେଉଥିବା ଦେଖିବାକୁ ମିଳିଥିଲା ।ଅର୍ପଣ ରଥ କୁ କପିଳେଶ୍ୱର ମନ୍ଦିର, ତାରିଣୀ ମନ୍ଦିର ଓ ଦେବି ମନ୍ଦିର ରେ ବର୍ଣାଢ୍ୟ ପରିବେଶ ରେ ସ୍ୱାଗତ ସମ୍ବର୍ଦ୍ଧନା କରଯାଇଥିଲା |ଏହି ଅର୍ପଣ ସଂଗ୍ରହ ଉତ୍ସବରେ ସରପଞ୍ଚ ପ୍ରଭାତୀ ସେଠି , ଗ୍ରାମରୋଜଗାର ସେବକ ବିଜୟ ମହାନ୍ତି , ସମସ୍ତ ଅଙ୍ଗନାୱାଡି କର୍ମୀ, ଏମ୍ବିକେ, ବରିଷ୍ଠ ନାଗରିକ ଗୋବିନ୍ଦ ନାୟକ, ଶଶୀ ଶେଖର ସିଂ,ପ୍ରଦୀପ ଦାସ ଙ୍କ ସହ ବହୁ କର୍ମକର୍ତ୍ତା ଯୋଗଦେଇଥିଲେ ।
Govt
Leave A Reply