ବାରଙ୍ଗ,(ସବ୍ୟୁ) ଭାରତବର୍ଷକୁ ପରିଭ୍ରମଣରେ ଆସୁଥିବା ଲୋକମାନେ ଯେପରି ପ୍ରଥମେ ନନ୍ଦନକାନନର ସୈନ୍ଦର୍ଯ୍ୟକୁ ଉପଭୋଗ କରିବାନିମନ୍ତେ ବୁଲିବାକୁ ଆସିବା ପାଇଁ ଆଗ୍ରହ ପ୍ରକାସ କରିବେ ସେଥିପାଇଁ ଜଙ୍ଗଲବିଭାଗ ପକ୍ଷରୁ ସବୁଦୀଗକୁ ଦୃଷ୍ଟିରେ ରଖି ନନ୍ଦନକାନନକୁ ବିଶ୍ୱସ୍ତରରେ ପହଁଚାଇବା ନିମନ୍ତେ ଆବଶ୍ୟକଥିବା ଏହାର ବିକାଶ କରାଯାଉଛି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁପରିବର୍ତନ ମନ୍ତ୍ରୀ ପ୍ରଦୀପକୁମାରଅମାତ କହିଛନ୍ତି ।୬୪ତମପ୍ରତିଷ୍ଠାଦିବସ ପାଳନ ଅବସରରେ ପରିସରରେ ଆୟୋଜିତ ସଭାରେ ମୁଖ୍ୟଅତିଥିଭାବେ ଯୋଗଦେଇ ଅମାତ କହିଲେ ଯେ,ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଓ ଲକ୍ଷ ରହିଛି ନନ୍ଦନକାନନକୁ ବିଶ୍ୱସ୍ତରରେ ପହଁଚାଇବା ।ଏଥିପାଇଁ ତାଙ୍କ ନିର୍ଦ୍ଦେଶମୁତାବକ ଜଙ୍ଗଲବିଭାଗ ପକ୍ଷରୁ ବ୍ୟାପକ ଅର୍ଥ ମଧ୍ୟ ବ୍ୟୟବରାଦ କରାଯାଉଛି ।ଏହାଭିତରେ ଜୁଝଗଡମୈାଜରୁ ୧୫୦୦ଏକର ଜାଗା ଆସି ନନ୍ଦନକାନନ ସହ ମିଶିସାରିଛି ।କାଞିଆହ୍ରଦର ସ୍ଥିତି ବଦଳିବାରେ ଲାଗିଛି ।ନନ୍ଦନକାନନର କାର୍ଯ୍ୟଶୈଳୀ ଉନ୍ନତି ତଥା ପ୍ରଗତି କେବଳ ପର୍ଯ୍ୟଟକମାନଙ୍କ ପାଇଁ ନୁହେଁ ଏହା ଗବେଷକମାନଙ୍କଠାରୁ ଆରମ୍ଭ କରି ଛୋଟଛୋଟ ପିଲା ,ବଡପିଲାମାନଙ୍କପାଇଁ ଶିକ୍ଷାଦାନର ଉପଦେୟ ପାଲଟିବାକୁଯାଉଛି ।ପକୃତିର ପୁର୍ବବସ୍ଥାକୁ ଆମେ କିଭଳି ଏଠାରେ ରଖିପାରିବା ଓ ପରିଭ୍ରମଣରେ ଆସୁଥିବା ଛାତ୍ରଛାତ୍ରୀମାନେ ଏଠାରୁ ଶିକ୍ଷା ଗ୍ରହଣ କରିପାରିବେ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛିାଏଣୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାପାଇଁ ଆମେ ସମସ୍ତେ ମିଶି ଆଗାମିଦିନରେ ନନ୍ଦନକାନନକୁ ବିଶ୍ୱସ୍ତରରେ ପହଁଚାଇବାରେ ପ୍ରମୁଖ ଭୁମିକା ନିର୍ବାହ କରିବାରେ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ମନ୍ତ୍ରୀ କହିଥିଲେ ।
ଅନ୍ୟତମଅତିଥିଭାବେ ଜଟଣୀବିଧାୟକ ସୁରେଶକୁମାରରାତରାୟ , ଅତିରିକ୍ତମୁଖ୍ୟଶାସନସଚିବ ଜଙ୍ଗଲ ପରିବେଶ ଓ ଜଳବାୟୁପରିବର୍ତନ ବିଭାଗ ସତ୍ୟବ୍ରତସାହୁ ,ପ୍ରଧାନମୁଖ୍ୟ ବନସଂରକ୍ଷକ ବନ୍ୟପ୍ରାଣୀ ତଥା ମୁଖ୍ୟବନ୍ୟପ୍ରାଣି ତତ୍ୱାବଧାରକ ସୁଶାନ୍ତନନ୍ଦ ଯୋଗଦେଇ ନନ୍ଦନକାନନ ପକ୍ଷରୁ କରାଯାଇଥିବା ମାଷ୍ଟରପ୍ଲାନକୁ କେନ୍ଦ୍ରିୟଚିଡିଆଖାନା ସିକୃତିଦେବାପରେ ଓ ବିଶ୍ୱସ୍ତରରେ ନନ୍ଦନକାନନକୁ ପହଁଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶମୁତାବକ ନୁଆନୁଆ ପଶୁପକ୍ଷୀମାନଙ୍କୁ ଆଣିବା,ଉନ୍ନତମାନର ଚିକିସ୍ା ,ନୁଆ ଏନକ୍ଲୋଜର ନିର୍ମାଣ,୧୭କୋଟିଟଙ୍କା ବ୍ୟୟବରାଦରେ କାଞିଆହ୍ରଦର ପୁଃନଉଦ୍ଧାର ଆଦି ବହୁବିଧ ଉନ୍ନତି ମୁଳକ କାର୍ଯ୍ୟକୁ ନନ୍ଦନକାନନ ହାତକୁ ନେଇଛି ମାଷ୍ଟରପ୍ଲାନକୁ କେନ୍ଦ୍ରିୟଚିଡିଆଖାନା ସିକୃତି ଦେବାପରେ ଜୀବଜନ୍ତୁ ଅଦଳବଦଳ ପ୍ରକିୟା ହେଉ ଉନ୍ନତମାନ ଚିକିସ୍ା,ନୁଆନୁଆ ଏନକ୍ଲୋଜର ନିର୍ମାଣ ସହ ବୁହୁବିଧ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।ଆଗାମିଦିନରେ ନାଇଟସଫାରୀପାଇଁ ମଧ୍ୟ ଯୋଜନା ହେଉଛି ।ତେଣୁ ନନ୍ଦନକାନନର ଯେଉଁଭଳିଭାବେ ବିକାଶ ହୋଇଚାଲିଛି ତାହାର ଜ୍ୱଳନ୍ତ ଉଦାହରଣ ଆଶାତିତଭାବେ ବଢୁଥିବା ପର୍ଯ୍ୟଟକମାନଙ୍କ ସଂଖ୍ୟା ହିଁ ପ୍ରମାଣ ଦେଉଛି ।ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାପାଇଁ ଗୋଟେ ପରିବାର ଭଳି ରହି ନନ୍ଦନକାନନକୁ ବିଶ୍ୱସ୍ତରରେ ନେବାପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଚାଲିଛି ସେଥିରେ ଆମେ ସମସ୍ତେ ସହଯୋଗର ହାତ ବଢାଇଲେ ଏହା ନନ୍ଦନକାନନ ପାଇଁ ବଡ ଉପହାର ହୋଇପାରିବବୋଲି କହିଥିଲେ ।ନିର୍ଦ୍ଦେଶକ ମନୋଜ ଭିନାୟାର ବାର୍ଷିକବିବରଣୀ ପାଠ କରିଥିବାବେଳେ ଉପ-ନିର୍ଦ୍ଦେଶକ ସନଥ୍କୁମାରନାରାୟଣ ଧନ୍ୟବାଦ ଦେଇଥିଲେ ।ଏହିଅବସରରେ ବାଘୁଣୀ ଅଙ୍କିତାର ଛୁଆଙ୍କନାମ ଶ୍ରୀ,ତୃପ୍ତି,ଜୟଶ୍ରୀ ଓ ଅମ୍ରିତ,ରୁପାଛୁଆର ନାମ ଅମ୍ରିତା ଓ ଶିବ.ସିଂହିବିଜଲି ଛୁଆର ନାମ ଶ୍ରଦ୍ଧା,ରିହା, ଅନାମିକା ଓ ଯୁବରାଜ, ସିଂହିରେୱାଛୁଆର ନାମ ମାୟା ଓ ଶିବମ ,ହାତୀଛୁଆନାମ ଅଭି ଓ ଆଶା ବୋଲି ମନ୍ତ୍ରୀ ଘୋଷଣା କରିଥିଲେ । ନନ୍ଦନକାନନର ଥିମ୍ସଙ୍ଗ ରିଲିଜ,ବାର୍ଷିକପୁସ୍ତିକା ଓ ଇଣ୍ଟିଗ୍ରେଟେଡ୍ ମନିଟରିଂ ସିଷ୍ଟମ୍ ଆପ୍ , ବଟାନିକାଲ୍ ଗାର୍ଡେନ୍ରେ ୱେବସାଇଟର ଉନ୍ମୋଚନ କରାଯାଇଥିଲା । ସମସ୍ର ପ୍ରତିକୁଳପରିସ୍ଥିତିକୁ ସାମ୍ବାକରି ନନ୍ଦନକାନନକୁ ବିଶ୍ୱସ୍ତରରେ ପହଂଚାଇବାରେ ପ୍ରଚେଷ୍ଟା ଜାରିରଖିଥିବା କିଛି କର୍ମଚାରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ସେହିପରି ନନ୍ଦନକାନନରେ ୱାଲାବି ଏନକ୍ଲୋଜରର ଉଦଘାଟନ ସହ କ୍ୟୋସେୱାରୀ ଓ ଅଷ୍ଟ୍ରିଜ୍କୁ ଏନକ୍ଲୋଜରରେ ଛଡାଯାଇଥିଲା । ରାଜ୍ୟଉଭିଦଉଦ୍ୟାନରେ ।ନୁଆକରି ବିଭିର୍ଣ ପ୍ରଜାତିର ବାଉଁଶକୁନେଇ କରାଯାଇଥିବା ବାଉଁଶବଗିଚା (ବାମ୍ବୁସେଟମ୍) ଓ ଜଳଜଉଭିଦ ଉଦ୍ୟାନକୁ (ହାଇଡ୍ରୋଫାଇଟ୍ ) ଉଦଘାଟନ କରାଯାଇଥିଲା
