ପାରାଦୀପ : ଆନ୍ତର୍ଜାତୀୟ ନିଶା କାରବାର ର ପର୍ଦ୍ଦାଫାସ ହେଲା | ଲକ୍ଷେ କି ଦୁଇ ଲକ୍ଷ୍ୟ ନୁହଁ ଏକାବେଳେ 220 କୋଟି ଟଙ୍କା ର କୋକେନ ଜବତ କରି ବାହାବା ନେଲା କଷ୍ଟମ ବିଭାଗ | କମିସନ ଆସିଲେ , ଗଣମାଧ୍ୟମ କୁ ବୟାନ ବି ଦେଲେ | ଦିନରାତି ପାରାଦୀପ ଇଣ୍ଟରନେସନାଲ କାର୍ଗୋ ଟର୍ମିନାଲ ( ପିଆଇସିଟି ) ଭିତରକୁ ଧାଁ ଧଉଡ ଚାଲିଲା | ଦିଲ୍ଲୀ ରୁ ଏନସିବି ( ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ) ର ଦୁଇଜଣ ଅଧିକାରୀ ଆସି ଡେରା ପକାଇଛନ୍ତି | କିନ୍ତୁ ଘଟଣା କୁ 5 ଦିନ ବିତିଯାଇଥିଲେ ବି ଏକ ମାମଲା ମଧ୍ଯ କଷ୍ଟମ ବିଭାଗ ରୁଜୁ କରି ପାରିନଥିବା କୁହାଯାଉଛି | କୁଆଡେ ଏବେବି ତଦନ୍ତ ଚାଲିଛି | ଜାହାଜ ର ସମସ୍ତ କ୍ରିୟୁ ମେମ୍ବର ଭିଏତନାମ ର ନାଗରିକ ହୋଇଥିଲା ବେଳେ ସେମାନେ କୁଆଡେ ଇଂରାଜୀ କହି ପାରୁ ନାହାନ୍ତି କି ବୁଝି ପାରୁ ନାହାନ୍ତି | ତଦନ୍ତକାରୀ ସଂସ୍ଥା ଏବେବି ଜଣେ ଅନୁବାଦକ କୁ ଖୋଜୁଥିବା ପ୍ରକାଶ କରିଛନ୍ତି | କୋକେନ ସିଜ ସରିଛି ହେଲେ କେଶ ନମ୍ବର କିଛି ସେମିତି ନଥାଏ , ଆମର ସବୁ ଫାଇଲ ରେ କାମ ତଦନ୍ତ ଏବେ ବି ଚାଲିଛି ବୋଲି ଆମ ପ୍ରତିନିଧି ଙ୍କ ପ୍ରଶ୍ନ ର ଉତ୍ତର ରେ ପ୍ରକାଶ କରିଛନ୍ତି ପାରାଦୀପ କଷ୍ଟମ ବିଭାଗ ଅଧିକାରୀ ଅଶୋକ କର | ତେବେ ଏହି ଚୋରା ନିଶା କାରବାର ରେ ବହୁ ବଡ ରାକେଟ ର ହାତ ଥିବା ଓ ସେମାନେ ଦିଲ୍ଲୀ ରେ ବସି ଗୋଟି ଚାଳନା କରୁଥିବା ଚର୍ଚା ଚାଲିଥିବା ବେଳେ ପାରାଦୀପ ରେ ଏହି ଘଟଣା ଧୀରେ ଧୀରେ ଶାନ୍ତ ପଡ଼ିବା ପରେ ଫୁସକି ଯିବ ବୋଲି ମଧ୍ଯ ଆଲୋଚନା ହେଲାଣି | କାରଣ କୋକେନ ଜବତ ହେବାପରେ କୋଷ୍ଟଗାର୍ଡ , ଗୁଇନ୍ଦା, ପୋଲିସ , ସମସ୍ତେ ତତ୍ପର ହୋଇ ଉଠିଥିବା ବେଳେ ସମସ୍ତଙ୍କୁ ବାହାରକୁ ବିଦା କରାଯାଇ କୋକେନ କୁ ଓଜନ କରାଗଲା | ଏହାପରେ ପାଞ୍ଚଦିନ ବିତିଯାଇଥିଲେ ମଧ୍ୟ ସାମାନ୍ୟ ମାମଲା ଟେ ରୁଜୁ ହୋଇ ପାରିଲା ନାହିଁ | ଯଦି ତଦନ୍ତକାରୀ ସଂସ୍ଥା ସେମାନଙ୍କ ଭାଷା ବୁଝି ପାରୁ ନାହାନ୍ତି ତେବେ ସେଠାରେ ପାଞ୍ଚଦିନ ଧରି କରୁଛନ୍ତି କଣ ? ଅନୁବାଦକ କଣ ପାଞ୍ଚଦିନ ହେବ ଖୋଜା ଚାଲିଛି ? ଦେଶର କୋଟି କୋଟି ଲୋକ ଏହି ଘଟଣା କୁ ନଜରରେ ରଖି ଥିବା ବେଳେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ନେଇ ସମସ୍ତେ ଉତ୍କଣ୍ଠାର ସହ ଅନେଇ ବସିଛନ୍ତି | ହେଲେ ଭାଷା ବୁଝି ନ ପାରିବା ଓ ଅନୁବାଦକ ଖୋଜିବାରେ ପାଞ୍ଚଦିନ ବିତାଇ ଆଉ କିଛି ଭିତରେ କରାଯାଉନି ତ ବୋଲି ସାଧାରଣ ଲୋକ ଏବେ ପ୍ରଶ୍ନ କରିବା ଆରମ୍ଭ କଲେଣି |