ଚାଣକ୍ୟ ନୀତିରେ ଏଭଳି ଅନେକ ନିୟମ ରହିଛି ଯାହା ବୈବାହିକ ଜୀବନ କୁ ସୁଖମୟ କରିଥାଏ ଏବଂ ଗୋଟିଏ ସାଧାରଣ ଜୀବନ ବଂଚିବା ପାଇଁ ପ୍ରବର୍ତ୍ତାଇ ଥାଏ l ଚାଣକ୍ୟ ନିଜ ନୀତିଶାସ୍ତ୍ର ରେ ଏଭଳି କିଛି କଥା ରହିଛି, ଯାହାକି ପୁରୁଷ କଦାପି ନିଜ ସ୍ତ୍ରୀ ନିକଟରେ ପ୍ରକାଶ କରିବା ଉଚିତ ନୁହେଁ l
* ଯଦି ଆପଣ କୌଣସି ଜିନିଷର ଦାନ କରୁଛନ୍ତି ତେବେ କଦାପି ନିଜ ସ୍ତ୍ରୀଙ୍କ ନିକଟରେ ପ୍ରକାଶ କରିବା ଉଚିତ ନୁହେଁ l କୁହାଯାଏ ଯେ ଦାନ ବିଷୟ ପ୍ରକାଶ କରିବା ଦ୍ୱାରା ଦାନର ମହତ୍ୱ ରହିନଥାଏ l
* କଦାପି କୌଣସି ପୁରୁଷ ନିଜର ଅପମାନ ଓ ଦୁର୍ବଳତା ବିଷୟରେ ପତ୍ନୀ ନିକଟରେ ପ୍ରକାଶ କରିବା ଉଚିତ ନୁହେଁ l କାହିଁକି ନା ଏହାଦ୍ୱାରା ଆପଣ ପତ୍ନୀ ନିକଟରେ ନିଜକୁ ନିକୃଷ୍ଟ ମନେ କରିବେ l ଏହାଦ୍ୱାରା ଆପଣଙ୍କ ସମ୍ମାନ ମଧ୍ୟ ହ୍ରାସ ହୋଇପାରେ l
* କଦାପି ଜଣେ ପୁରୁଷ ନିଜ ପତ୍ନୀ ନିକଟରେ ଏଭଳି କିଛି ରହସ୍ୟ ପ୍ରକାଶ କରିବା ଉଚିତ ନୁହେଁ, ଯାହା ତାକୁ ଅତୀତ ରେ ବିପଦ ମଧ୍ୟକୁ ଠେଲି ଦେଇଥାଏ l ଯଦି ଏଭଳି କିଛି କଥା ପ୍ରକାଶ କରିବେ ତେବେ ଜିବନରେ ଅନେକ ବିପଦର ଆପଣଙ୍କୁ ସମୁଖୀନ ହେବାକୁ ପଡିବ l
* କଦାପି ଆପଣ ନିଜର ଅତୀତର ଖରାପ ସମୟ ଓ ମାସିକ ବେତନ ନିଜ ସ୍ତ୍ରୀ ନିକଟରେ ପ୍ରକାଶ କରନ୍ତୁ ନାହିଁ, ଯଦି ସ୍ତ୍ରୀ ଯୋଗ୍ୟର ହୋଇଥିବ ତେବେ ଆପଣଙ୍କୁ ଜୀବନ ରେ ଖରାପ ପରିସ୍ଥିତିର ସମୁଖୀନ ହେବାକୁ ପଡିବ ନାହିଁ, ଯଦି ସ୍ତ୍ରୀ ମନ୍ଦ ଗୁଣର ହୋଇଥିବ ତେବେ ଆପଣଙ୍କ ଜୀବନ ନର୍କ ସଦୃଶ ହୋଇଯିବ l