ରାଜନଗର : ଗୁରୁବାର ରାଜନଗର ବ୍ଲକ ପରିସରରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ମିଳିତ ଆନୁକୂଲ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ବଂଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ ଅଶୋକ ମୁର୍ମୁଙ୍କ ପୌରହିତ୍ୟରେ ଆୟୋଜିତ ଶିବିରରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବହୁଳ ଜନକଲ୍ୟାଣ ଯୋଜନା ମଧ୍ୟରୁ ଗାଁ ଗହଳିରେ କାମ କରୁଥିବା ଶ୍ରମିକ ମାନଙ୍କ ଆର୍ଥତ୍କ ବିକାଶ କ୍ଷେତ୍ରରେ ଆରମ୍ଭ କରିଥିବା ନିର୍ମ।ଣ ଶ୍ରମିକ କଲ୍ୟାଣ ଯୋଜନା ଏକ ମାଇଲ ଖୁଂଟ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ବିଡିଓ ନିଶାନ ମିଶ୍ର, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦଶେକ ଅରୁଣ କୁମାର ସାହୁ, ଡେରା ପଂଚାୟତ ସରପଂଚ ନିରଂଜନ ରାଉତ ପ୍ରମୁଖ ଯୋଗଦେଇ ୩୦୧ଜଣ ନିର୍ମ।ଣ ଶ୍ରମିକ ଓ ତାଙ୍କ ପରିବାରକୁ ସହାୟତା ରାଶି ବଂଟନ କରାଯାଇଛି। ସେମାନଙ୍କ ମଧ୍ୟରେ ୯୦ଜଣଙ୍କୁ ପରିଚୟ ପତ୍ର ପ୍ରଦାନ, ୧୨୪ଜଣଙ୍କୁ ୫୦ହଜାର ଟଙ୍କା ଲେଖାଏଁ ବିବାହ ପ୍ରୋତ୍ସାହନ ରାଶି, ୨୦ଜଣଙ୍କୁ ୧୦ହଜାର ଟଙ୍କା ଲେଖାଏଁ ପ୍ରସୂତି ସହାୟତା, ୩୧ଜଣଙ୍କୁ ଶିକ୍ଷା ସହାୟତା, ୭୫ଜଣଙ୍କୁ ମୃତ୍ୟୁକାଳିନ ଆର୍ଥତ୍କ ସହାୟତା ବଂଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଡିଏଲସି ପ୍ରଦୀପ ମହାନ୍ତି ,କୋ ଅର୍ଡିନେଟର ରାକେଶ ସିଂ ପରିଚାଳନା କରିଥିଲେ।