Odisha news

ଭାଲିଆଗଡ଼ ପେଟ୍ରୋଲ ପମ୍ପ ନିକଟରେ ଏକ ସ୍କୁଟି କୁ ଧକ୍କା ଦେଲା  ଟ୍ରକ, ଜଣେ ନାବାଳିକା ଶାଳୀ ମୃତ, ଭିଣୋଇ ଗୁରୁତର।

0
ଦୁଇଜଣ ଶାଳୀ ଭିଣୋଇ ଓଡି ୦୭ଏଏଚ ୦୮୫୨ ନମ୍ବର ବିଶିଷ୍ଟ ଏକ ସ୍କୁଟି ଗାଡିରେ ଗୋପାଳପୁରରୁ ଜରଡ଼ା ଅଭିମୁଖେ ଯାଉଥିବା ବେଳେ ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ଼ ପେଟ୍ରୋଲ ନିକଟରେ ଏକ ଟ୍ରକ ଯାହାର ନଂ (ଟିଏନ୍୩୪ ଏ ବି ୩୮୧୧) ପଛପଟୁ ଧକ୍କା ଦେଇଥିଲା ।ଯାହାଫଳରେ ସ୍କୁଟି ଗାଡ଼ିରେ ଯାଉଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ନାବାଳିକା ଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପୁରୁଷ ଗୁରୁତର ଆହତ ହୋଇଛନ୍ତି। ମୃତ ନାବାଳିକା ଜଣକ ହେଲେ ଲିପା ପ୍ରଧାନ (୧୫) ଗୁରୁତର ଆହତ ହୋଇଥିବା ଟୁନା ପ୍ରଧାନ।ଦୁଇ ଜଣଙ୍କ ଘର ଜରଡ଼ା ଥାନା ସୁବର୍ଣ୍ଣପୁର ବୋଲି ଜଣାପଡ଼ିଛି।ଏହି ଘଟଣା ପରେ ଗୁରୁତର ଟୁନା ଙ୍କୁ ବ୍ରହ୍ମପୁର ବଡ ମେଡିକାଲ  ସ୍ଥାନୀୟ ପୁଲିସ ସହାୟତା ରେ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡ଼ିକାଲ କୁ ଚିକିତ୍ସା ନିମନ୍ତେ ପଠେଇଛନ୍ତି। ମୃତ ଦେହକୁ ବ୍ୟବେଚ୍ଛେଦ ପାଇଁ ପଠାଯାଇ ଏହି ଘଟଣା ସମ୍ପର୍କରେ  ବଡ ଗୋଳନ୍ଥରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଟ୍ରକ ଜବତ ଓ ଡ୍ରାଇଭରକୁ ଅଟକ ରଖି ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛନ୍ତି।
Leave A Reply