Odisha news

କଥାରେ ଅଛି ସତ କେବେ ଲୁଚି ରହେନା : ନିଜର ସତ ଲୁଚାଇବାକୁ ଯାଇ ନିଜେ ଫସିଲେ ନାଗ ଫାଶରେ

0
ବ୍ରହ୍ମପୁର : ନାଗ ସାପ ଦ୍ବାରା ଡବଲ ମର୍ଡର । ସାପ କାମୁଡ଼ାରେ ମାଆ-ଝିଅଙ୍କ ମୃତ୍ୟୁ ଘଟଣାର ପର୍ଦାଫାସ । କିପରି ସଇତାନ ହୋଇଗଲା ଜନ୍ମତ ବାପା। କିଛିଟା ଭୁଲୁ ପାଇଁ ନିରୀହ ଛୋଟ ଝିଅ କୁ ମଧ୍ୟ ଛାଡିଲାନି ବାପା । ଗଞ୍ଜାମ କବିସୂର୍ଯ୍ୟନଗର ଅଢ଼େଇବର ଗାଁର ଘଟଣାରେ ଭିନ୍ନମୋଡ଼ । ଘରେ ନାଗସାପ ଛାଡ଼ି ନିଜର ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କରିଥିଲା ସ୍ବାମୀ । ଅଭିଯୁକ୍ତ ସ୍ବାମୀ ଜଣକ ହେଉଛନ୍ତି କେ. ଗଣେଶ ପାତ୍ର । ଅଭିଯୁକ୍ତ ସ୍ବାମୀ କୁ ଗିରଫ କରିଛି ପୋଲିସ । ସପ କାମୁଡ଼ାରେ ମା ଝିଅ ମୃତ୍ୟୁ ଘଟଣା ନେଲା ଭିନ୍ନ ରୂପ । ଖୋଦ ସ୍ୱାମୀ ଘରେ ସାପ ଛାଡି ସ୍ତ୍ରୀ ଓ ଝିଅ କୁ କରିଥିଲା ହତ୍ୟା l ପୋଲିସ ଦ୍ୱାରା ହତ୍ୟାକାରୀ ସ୍ୱାମୀ କେ. ଗଣେଷ ପାତ୍ର ଗିରଫ l ଗତ ଅକ୍ଟୋବର ମାସରେ ଘଟିଥିଲା ଘଟଣା । ପାରିବାରିକ କଳହକୁ ନେଇ ସୂପରିତ ହତ୍ୟା କାଣ୍ଡ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗାଁରେ ସାପ କାମୁଡ଼ାରେ ମା’ଝିଅଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ସାପ ଆପେ ଆପେ ଘରେ ପଶି ସେମାନଙ୍କୁ ମାରି ନଥିଲା। ସେମାନଙ୍କୁ ମାରିବା ପାଇଁ ସାପକୁ ଘର ଭିତରେ ଜାଣିଶୁଣି ଛଡ଼ା ଯାଇଥିଲା। ସାପକୁ ଘରେ ଛାଡ଼ିଥିଲେ ନିଜେ ମୃତ ମହିଳାଙ୍କ ସ୍ୱାମୀ ତଥା ସେହି ଛୋଟ ଝିଅର ବାପା। କବିସୂର୍ଯ୍ୟନଗର ପୁଲିସ୍ ଏନେଇ ସୁରାଗ ପାଇବା ପରେ ଅଭିଯୁକ୍ତ କେ. ଗଣେଶ ପାତ୍ରକୁ ଗିରଫ କରିଛି।
ଏହି ଘଟଣା ଘଟିଥିଲା ଗତ ଅକ୍ଟୋବର ମାସ ୭ ତାରିଖରେ। ସ୍ତ୍ରୀ ବାସନ୍ତୀ ପାତ୍ର ଓ ଝିଅ ଦେବସ୍ମିତା ଶୋଇଥିବା ବେଳେ ଘରେ ସାପ ଛାଡ଼ିଥିଲେ ଗଣେଶ ପାତ୍ର। ସେ ଏକ କୋଳଥିଆ ନାଗ ସାପ ଘରେ ଛାଡ଼ିଥିଲେ। ନାଗ ସାପଟିକୁ ସେ ଜଣେ ସାପୁଆ କେଳା ପାଖରୁ ଆଣିଥିଲେ ବୋଲି ଜଣାପଡ଼ିଛି। ମୃତ ବାସନ୍ତୀଙ୍କ ବାପା ବି. ଖଲି ପାତ୍ର କହିଛନ୍ତି ଯେ ୩ ବର୍ଷ ତଳେ ସେ ତାଙ୍କ ଝିଅକୁ ଗଣେଶ ପାତ୍ର ସହିତ ବିବାହ କରାଇଥିଲେ। ସେ (ଗଣେଶ ପାତ୍ର) ସେତେବେଳେ ରାଜ୍ୟ ବାହାରକୁ ଯାଇ ବିଭିନ୍ନ ସ୍ଥାନରେ କାମ କରୁଥିଲେ। କିନ୍ତୁ ବିବାହ ପରେ କାମ କରିବାକୁ ଗଲେ ନାହିଁ। ବିଭିନ୍ନ ସମୟରେ ଝିଅକୁ ହଇରାଣ କରୁଥିଲେ। ସେ ନେଇ ଥାନାରେ କେସ୍ ମଧ୍ୟ ହୋଇଥିଲା। ସେ ଆହୁରି କହିଛନ୍ତି, ଗଣେଶଙ୍କର ତାଙ୍କର ଜଣେ ଭାଉଜଙ୍କ ସହିତ ସଂପର୍କ ଅଛି। ସେଥିପାଇଁ ସେ ମୋ ଝିଅକୁ ଡିଭୋର୍ସ ଦେବାକୁ ଚାହୁଁଥିଲେ। କିନ୍ତୁ ଆମେ ଥାନାରେ କେସ୍ କରିଥିବାରୁ ଡିଭୋର୍ସ ହୋଇପାରି ନଥିଲା। ତେଣୁ ସେ ମୋ ଝିଅକୁ ସବୁଦିନ ପାଇଁ ହଟାଇ ଦେବାକୁ ଷଡ଼ଯନ୍ତ୍ର କରି ଘରେ ସାପ ଛାଡ଼ି ହତ୍ୟା କରିଛନ୍ତି ବୋଲି ସୂଚନା ଦେଇଛନ୍ତି କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ କୁମାର ସାହୁ l
Leave A Reply