Odisha news

ଏନ୍ଏସି କାର୍ଯ୍ୟାଳୟ ତାଲା ପକାଇଲେ କାଉନସିଲର : ମୀନାବଜାର ପ୍ଲଟ ଆବଣ୍ଟନକୁ ନେଇ ତୁମୁଳକାଣ୍ଡ

0
କୋଣାର୍କ :  କୋଣାର୍କ ଉତ୍ସବ ପୂର୍ବରୁ କୋଣାର୍କ ଏନଏସି ପକ୍ଷରୁ କୋଣାର୍କ ହେଲିପ୍ଯାଡ଼ରେ ଆୟୋଜିତ ହେବାକୁ ଥିବା ମୀନା ବଜାର ପ୍ଲଟ ଆବଣ୍ଟନକୁ ନେଇ ତୁମୁଳ କାଣ୍ଡ ଘଟିଯାଇଛି। ପୁରୀ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ କୋଣାର୍କ ଏନଏସି ଅଧକ୍ଷା ଆସନ୍ତା ଶୁକ୍ରବାର ଠାରୁ ମୀନା ବଜାର ନିମନ୍ତେ ଜାଗା ବଣ୍ଟନ ପାଇଁ ପ୍ରସ୍ତୁତ ଫର୍ମ ବଣ୍ଟନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।  କାଉନସିଲରଙ୍କ ଅଜାଣତରେ ମୀନା ବଜାରରେ ଜାଗା ନେବା ନିମନ୍ତେ ୫ ଗୋଟି ଫର୍ମ ଦୁଇଦିନ ପୂର୍ବରୁ ବ୍ୟବସାୟୀ ମାନଙ୍କୁ ବିକ୍ରି କରାଯିବା, ମୀନା ବଜାର ରେ ୬ ଲକ୍ଷ ଟଙ୍କା ବ୍ୟୟ ରେ ମୋରମ ବିଛା ଯିବାପାଇଁ ନିଷ୍ପତି ନିଆଯାଇଥିବା କାଉନସିଲରମାନେ ଅଭିଯୋଗ କରିଥିଲେ । କୋଣାର୍କ ଏନ ଏସି କାଉନସିଲର ସମୟରଞ୍ଜନ ସାହୁ, କାଉନସିଲର ନିହାର ରଞ୍ଜନ ବେଉରା,କାଉନସିଲର ବିସମ୍ବର ବିଶ୍ୱାଳ , ଜୋରଦାର ବିରୋଧ କରିବା ଓ କାହା ନିର୍ଦେଶ ରେ ଏହି ଜାଗ ବଣ୍ଟନ ବୈଠକରେ ଆଲୋଚନା ନ ହେବା ପୂର୍ବରୁ ବଣ୍ଟନ କରାଯାଇଛି ବୋଲି ପଚାରିବାରୁ ଏନ୍ଏସିର ଜନୈକ କର୍ମଚାରୀ ଜଣକ ଅଧକ୍ଷାଙ୍କ ନିର୍ଦେଶ ମତେ କରାଯାଇଥିବା ଏକ ଫାଇଲି ଦେଖାଇଥିଲେ । ଫଳରେ ଶାସକ ଓ ବିରୋଧୀ ଦଳର କାଉନସିଲର କୋଣାର୍କ ଏନ ଏସି ରେ କୋଣାର୍କ ଉତ୍ସବ ଟଙ୍କାକୁ  ହଡପ କରାଯାଉଥିବା ଅଭିଯୋଗ କରି କାର୍ଯ୍ୟାଳୟରେ ତାଲା ପକାଇଥିଲେ ।ଦୀର୍ଘ ୧ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ତାଲାପଡିବା ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ହସ୍ତକ୍ଷେପ କରିବା ପରେ କାର୍ଯ୍ୟାଳୟ ତାଲା କାଉନସିଲର ମାନେ ଖୋଲି ଥିଲେ । ପରେ ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ବେହେରା ଉଭୟଙ୍କ ମଧ୍ୟରେ ସମାଧାନ କରାଯିବା ନିମନ୍ତେ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ । ଏ ସମ୍ପର୍କରେ କୋଣାର୍କ ଏନ୍ଏସି ଅଧ୍ୟକ୍ଷାଙ୍କୁ ଯୋଗାଯୋଗ କରିବାରୁ ମୋବାଇଲ ବନ୍ଦ ରହିଥିଲା ।କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳଙ୍କୁ ପଚାରିବାରୁ ମଧ୍ୟାହ୍ନ ସମୟରେ କେତେକ କାଉନସିଲର ଅଧ୍ୟକ୍ଷାଙ୍କ  କାର୍ଯ୍ୟାଳୟକୁ ତାଲା ପକାଇଥିଲେ। ମୀନା ବଜାର ପ୍ଲଟ ଆବଣ୍ଟନ ପାଇଁ କାର୍ଯ୍ୟ ଚାଲିଥିବାବେଳେ ବିଶୃଙ୍ଖଳିତ ଆଚରଣ କରିଛନ୍ତି। ଆଇନ  ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ପରେ କୋଣାର୍କ ଥାନାରେ କାଉନସିଲର ଙ୍କ ବିରୋଧ ରେ ଅଭିଯୋଗ ହୋଇଥିବା ଜଣାପଡିଛି।
Leave A Reply