Odisha news

ନିଖିଳ ଭାରତ ସମବାୟ ସପ୍ତାହ , କୃଷି ଓ କୃଷକର ଉନ୍ନତିରେ ସମବାୟ ଭୂମିକା ଗୁରୁତ୍ୱପୂର୍ଣ୍ଣ : ବଦ୍ରି ପାତ୍ର

0
କେନ୍ଦୁଝର :  କେନ୍ଦୁଝର ଜିଲ୍ଲା ସମବାୟ ସଂଘ ଓ କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଙ୍କ ମିଳିତ ସହଯୋଗ ରେ ୭୦ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସର ରେ କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ତ ଅଡିଟୋରିୟମରେ ଏକ ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ତଥା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ସମାରୋହ କୁ ଉଦଘାଟନ କରିବା ସହିତ ଉଦବୋଧନ ଛଳ ରେ ସମବାୟ ଆନ୍ଦୋଳନ କୁ ଆହୁରି ବ୍ୟାପକ ଓ ସୁଦୂର ପ୍ରସାରି କରିବାକୁ ଆହ୍ୱାନ ଜଣାଇଥିଲେ।
   ଭାଷଣ ପ୍ରସଙ୍ଗ ରେ ସେ କହିଥିଲେ ଯେ ରାଜ୍ୟ ତଥା ଦେଶର ପ୍ରଗତି ରେ ସମବାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କୃଷି କ୍ଷେତ୍ର ରେ ଓଡିଶା ଦେଶରେ ଉଦାହରଣ ସାଜିଛି। କୃଷି ଓ କୃଷକ ର ଉନ୍ନତି ପାଇଁ ସମବାୟ ମହତ୍ୱପୂର୍ଣ୍ଣ ଅବଦାନ ରହିଛି। ବିଶେଷ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି. ପ୍ରସାଦ ଦୋରା ରାଓ ଯୋଗ ଦେଇ ନିଜ ବକ୍ତବ୍ୟ ରେ ସମବାୟ ର ମୂଳଦୁଆ ସମବାୟ ସମିତି ଓ ଲ୍ୟାମ୍ପସ ମାନଙ୍କରେ ରହିଛି ବୋଲି କହିବ ସହିତ ରାଜ୍ୟ ର ପ୍ରତ୍ୟେକ ସମିତି ଓ ଲ୍ୟାମ୍ପସ କୁ ରାଜ୍ୟ ସମବାୟ ବ୍ୟାଙ୍କ ତରଫରୁ ରୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ବ୍ୟାଙ୍କ ସଭାପତି ଆଶିଷ ଚକ୍ରବର୍ତ୍ତୀ, କେନ୍ଦୁଝର ର ସମବାୟ ବ୍ୟାଙ୍କ ର ସଭାପତି କାନୁନ ବିହାରୀ ପହି, ପୂର୍ବତନ ସାଂସଦ ର ମାଧବ ସର୍ଦ୍ଦାର, କେନ୍ଦୁଝର ସମବାୟ ୟୁନିଅନ ର ସଭାପତି ଅଟଳ ବିହାରି ଶତପଥି, ବରିଷ୍ଠ ନାଗରିକ ନାବାର୍ଡର ଜିଲ୍ଲା ଉନ୍ନୟନ ପ୍ରବଦ୍ଧକ ଦୀପ୍ତିକାନ୍ତ ମଲ୍ଲିକ, ସମବାୟ ସମିତି ସମୂହ ର ଉପନିବଦ୍ଧକ ଶୁଭ୍ରକାନ୍ତି ତୁଙ୍ଗ, ଆନନ୍ଦପୁର ସରକାରୀ ନିବାଦ୍ଧକ ଅଜୟ କୁମାର ସେଠି, ରାଜ୍ୟ ସମବାୟ ବଙ୍କା ର ଇମ୍ରାନ ଖାନ, କେନ୍ଦୁଝର ସମବାୟ ବ୍ୟାଙ୍କ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର ନାଥ କାଲୁଣ୍ଡିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମବାୟ କାର୍ଯ୍ୟକ୍ରମ ରେ ନିଜ ନିଜ ବିଭାଗ ର କାର୍ଯ୍ୟାବଳୀ ବର୍ଣ୍ଣନା କରିଥିଲେ। ସାମ୍ବାଦିକ ଦେବାଶିଷ ମିଶ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଶେଷରେ ବରିଷ୍ଠ ପରିଚାଳକ ଆଲୋକ କୁମାର ବଳ ଧନ୍ୟବାଦ ଅର୍ପଣ କରିଥିଲେ।
     ସମବାୟ ସପ୍ତାହ ପାଳନ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସମବାୟ ୟୁନିଅନ ର ସମ୍ପାଦକ ଆଶିଷ ପ୍ରିୟଦର୍ଶୀ, ଲାମ୍ପସ, ସେବା ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ, ସମବାୟ ବ୍ୟାଙ୍କ ଶାଖା ଏବଂ ଅଗ୍ରଣୀ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସମାରୋହ ରେ ସମବାୟ ବିଭାଗ ର ନିର୍ଦେଶକ, ସମବାୟ ସମିତି ଓ ଲ୍ୟାମ୍ପସ ର ସଭାପତି ଓ ପରିଚାଳନା ନିର୍ଦେଶକ, ବ୍ୟାଙ୍କ ଅଧିକାରୀ, କର୍ମଚାରୀ, ନିୟନ୍ତ୍ରିତ ବଜାର କମିଟି ର କର୍ମକର୍ତ୍ତା, ସମବାୟ ସମିତି ଓ ୟୁନିଅନ ର ପରିଚାଳନା ପରିଷଦ ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସର ରେ ଶରତ ଜେନା ଙ୍କା ସମ୍ପାଦନା ରେ ଏକା ସ୍ମରଣିକା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଜିତେଶ ନାୟକ, ହରେକୃଷ୍ଣ ପଣ୍ଡା, ପ୍ରଦୀପ ମହାନ୍ତି, ସନ୍ତୋଷ ମିଶ୍ର, ତାରିଣୀ ପ୍ରସାଦ ଦାସ, ମାନସ ନାୟକ, ବିକାଶ ନାୟକ, ବିକାଶ ସହୂ, ଐସୟା ପାଣି, ମଧୁସ୍ମିତା ମହାନ୍ତି, ବିବେକ ପାତ୍ର, ସୁନୀଲ ଘଣା, ସବିତା ମୁଦୁଲି, ରମେଶ ନାୟକ, ରାଇଟର ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Leave A Reply