Odisha news

କୋଷ୍ଟଗାର୍ଡ ପକ୍ଷରୁ ଲାଇଫ୍‌ସେଭିଂ ପ୍ରଶିକ୍ଷଣ

0
ରାଜନଗର : ୨୧/୧୧   ବିରଳ ଅଲିଭରିଡଲେ କଇଁଛଙ୍କୁ ସୁରକ୍ଷା ଦେବା ପାଇଁ ଆଜି ଶାସନପେଟା ଠାରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ କୋଷ୍ଟଗାର୍ଡ ପକ୍ଷରୁ ମତ୍ସ୍ୟଜିବୀମାନଙ୍କୁ ଲାଇଫ୍ ସେଭିଂ ପ୍ରଶିକ୍ଷଣ ଦିଆଯାଇଥିଲା । ସମୁଦ୍ର ମଧ୍ୟରେ ବୋଟ ବା ଟ୍ରଲର ବୁଡିଗଲେ, ନିଆଁ ଲାଗିଗଲେ କିମ୍ବା କାହାର ଦେହ ଅତ୍ୟଧିକ ଖରାପ ହେଲେ କଣ କରାଯିବ, ସେ ନେଇ ମତ୍ସ୍ୟଜିବୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଟ୍ରଲରରେ ଯେତିକି ମତ୍ସ୍ୟଜିବୀ ସମୁଦ୍ର ମଧ୍ୟକୁ ଯାଉଛନ୍ତି, ସେମାନଙ୍କ ସଂଖ୍ୟା ଠାରୁ ଅଧିକ ସଂଖ୍ୟାରେ ଲାଇଫ୍ ଜ୍ୟାକେଟ ନେବା ପାଇଁ ପରାମର୍ଶ ଦେଇଥିଲେ। କୌଣସି ପରିସ୍ଥିତିରେ ଅଘଟଣ ଘଟିଲେ, ଲାଇଫ୍ ଜ୍ୟାକେଟ ପିନ୍ଧି ପରବର୍ତୀ ସହାୟତା ପର୍ଯ୍ୟନ୍ତ ମତ୍ସ୍ୟଜିବୀ ସମୁଦ୍ରରେ ଭାସି ରହିପାରିବେ । ସେହିପରି ପ୍ରତ୍ୟେକ ଟ୍ରଲରରେ ୪/୫ଟି ଲାଇଫ୍‌ବୟ ରଖାଯାଉ । ଗୋଟିଏ ଗୋଟିଏ ଲାଇଫ୍‌ବୟ କୁ ଧରି ୪/୫ଜଣ ମତ୍ସ୍ୟଜିବୀ ଏକକାଳିନ ରହିପାରିବେ । ଏଥିସହିତ ପ୍ରତ୍ୟେକ ଟ୍ରଲରରେ ଡିଟ୍ରେସ ଟ୍ରାନ୍ସମିଟର ରଖାଯିବା ନିହାତି ଆବଶ୍ୟକ । ଏହି ଟ୍ରାନ୍ସମିଟର ସେକେଣ୍ଡ ବଟମ୍ ମାରିଲେ କୋଷ୍ଟଗାର୍ଡ ପାଖକୁ ଟ୍ରଲର ବା ବୋଟରେ ନିଆଁ ଲାଗିଥିବା ନେଇ ଲୋକେସନ ସହିତ ଆଲର୍ଟ ଆସିବ । କ୍ରସ ବଟମ ମାରିଲେ ମେଡିକାଲ ଇମରଜେନ୍ସି ଓ ୩ୟ ବଟମ ମାରିଲେ ଡଙ୍ଗା ବୁଡିବା ନେଇ ଲୋକେସନ ସହିତ ମ୍ୟାସେଜ ଆସିବ । ଏଥିପାଇଁ କୋଷ୍ଟଗାର୍ଡର ଫ୍ରିକ୍ୱେନ୍ସି ସେଟ୍ କରିବାକୁ ପଡିବ । ଏହି ଟ୍ରାନ୍ସମିଟର ଟ୍ରଲରରେ ରଖିଲେ କଣ ଅଘଟଣ ଘଟିଛି, ଆମେ ଜାଣିଲେ ଆମେ ସେହି ଅନୁସାରେ ଉଦ୍ଧାର କରିବା ପାଇଁ ପହଁଚିପାରିବୁ ବୋଲି କୋଷ୍ଟଗାର୍ଡର ଏୟାର ଇଂଜିନିୟର କେ. ସତ୍ୟନାରାୟଣ କହିଥିଲେ । ଏଥିସହ ପାଣିରେ ବୁଡିଯିବା ପରେ ଉଦ୍ଧାର ବ୍ୟକ୍ତିଙ୍କୁ କିପରି ବଂଚାଇବେ, ସେ ନେଇ ମକ୍‌ଡ୍ରିଲ ମାଧ୍ୟମରେ ମତ୍ସ୍ୟଜିବୀମାନଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଷ୍ଟଗାର୍ଡର ଶ୍ରୀକାନ୍ତ ଟି, କାର୍ତିକେୟନ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ । ମତ୍ସ୍ୟଜୀବୀ ମାନେ ଉପସ୍ଥିତ ଥିଲେ ।
Leave A Reply