Odisha news

ଚଳିତ ଥର ଧନତେରସ ଘଟୁଛି ଶୁଭ ସଂଯୋଗ, ରାଶି ଅନୁସାରେ କିଣନ୍ତୁ ଜିନିଷ

0

ଆଲୋକର ପର୍ବ ଦୀପାବଳୀ ପୂର୍ବରୁ ବିଶେଷ ଭାବରେ ପୂଜାର୍ଚନା କରାଯାଇ ଥାଏ l ଏହି ପର୍ବଟି ୫ଦିନ ଧରି ପାଳିତ ହୋଇଥାଏ l ଚଳିତଥର ଧନତେରସ ରେ ଘଟୁଛି ଦୁର୍ଲଭ ଯୋଗ, ତେଣୁ ଏହିଦିନ ରାଶି ଅନୁସାରେ କ୍ରୟ କରି ଜୀବନ ରେ ଲାଭ କରନ୍ତୁ ସୁଖ ଓ ସମୃଦ୍ଧି l ଚଳିତ ଥର ଧନତେରସ ନଭେମ୍ବର ୧୧ ତାରିଖ ରେ ପାଳିତ ହେବ l ଏହିଦିନ ଘଟୁଛି ବିଶେଷ ଯୋଗ l ତେଣୁ ରାଶି ଅନୁସାରେ ଦ୍ରବ୍ୟ କିଣିବା ଦ୍ୱାରା ଘରକୁ ଶୁଭ ଫଳ ଆସିଥାଏ l

– ମେଷ ରାଶି –
ମେଷ ରାଶିର ଲୋକେ ଏହିଦିନ ଘରକୁ ସୁନା, ରୂପ, କିମ୍ବା ପିତଳ ଜିନିଷ ଘରକୁ କିଣି ଆଣିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ଓ ଜୀବନ ରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l

– ବୃଷ ରାଶି –
ବୃଷ ରାଶିର ଲୋକେ ଧନତେରସ ରେ ଘରକୁ ବସ୍ତ୍ର କିଣି ଆଣିବା ଶୁଭ ହୋଇଥାଏ l ଏହିଦିନ କଦାପି ତେଲ, କାଠ, ଓ ଚମଡା ରେ ପ୍ରସ୍ତୁତ ଜିନିଷ କିଣି ଆଣିବା ଉଚିତ ନୁହେଁ , ଏହି ସବୁ ଜିନିଷ କିଣି ଆଣିବା ଦ୍ୱାରା ଘରକୁ ବିଘ୍ନ ର ଆଗମନ ହୋଇଥାଏ l

– ମିଥୁନ ରାଶି –
ମିଥୁନ ରାଶିର ଲୋକେ ଧନତେରସ ରେ ରତ୍ନ , ଭୂମି, ଘର କିଣିବା ଶୁଭ ଅଟେ l କିନ୍ତୁ କାଠ ଓ ଆଲୁମିନିୟମ ବସ୍ତୁ କିଣନ୍ତୁ ନାହିଁ l ଏହାଦ୍ୱାରା ଘରକୁ ନକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l

– କର୍କଟ ରାଶି –
କର୍କଟ ରାଶିର ବ୍ୟକ୍ତି ଏହିଦିନ ଚିନି, ଧଳା ବସ୍ତ୍ର, ବାହନ କିଣିବା ଶୁଭ ଅଟେ l ଏହିଦିନ ଆପଣ କଳା ରଙ୍ଗର ବସ୍ତୁ କିଣନ୍ତୁ ନାହିଁ l ଏହା ସମୃଦ୍ଧି ରେ ବାଧା ସୃଷ୍ଟି କରିଥାଏ l

– ସିଂହ ରାଶି –
ସିଂହ ରାଶିର ଲୋକେ ଏହିଦିନ ସୁନା, ଇଲେକ୍ଟ୍ରୋନିକ୍ସ ଜିନିଷ କିଣି ଘରକୁ ଆଣିବା ଶୁଭ ଅଟେ l ଏହିଦିନ ଲୁହା ଜିନିଷ କିଣି କଦାପି ଘରକୁ ଆଣିବେ ନାହିଁ l ଏହାଦ୍ୱାରା ବାଧାବିଘ୍ନ ର ଆଗମନ ହୋଇଥାଏ l

– କନ୍ୟା ରାଶି –
କନ୍ୟା ରାଶିର ଲୋକେ ଧନତେରସ ଦିନରେ ଘରକୁ ଫର୍ନିଚର, ସବୁଜ ରଙ୍ଗର ବସ୍ତ୍ର, ପାନା, ସୁନା ଇତ୍ୟାଦି ଆଣିବା ଶୁଭ ହୋଇଥାଏ l କିନ୍ତୁ ଏହିଦିନ କଦାପି ଧଳା ରଙ୍ଗର ବସ୍ତ୍ର କିଣିବା ଉଚିତ ନୁହେଁ l

– ତୁଳା ରାଶି –
ଧନତେରସ ରେ ତୁଳା ରାଶିର ବ୍ୟକ୍ତି ଗହଣା, ପରଫ୍ୟୁମ, କସମେଟିକ୍ସ କିଣିବା ଶୁଭ ଅଟେ l କିନ୍ତୁ ଧ୍ୟାନ ରଖନ୍ତୁ ଲୁହାରେ ନିର୍ମିତ ବସ୍ତୁ କଦାପି ଏହିଦିନ କିଣିବେ ନାହିଁ l ଏହାଦ୍ୱାରା ଦୁଃଖ ଦୁର୍ଦଶା ର ଆଗମନ ହୋଇଥାଏ l

– ବିଛା ରାଶି –
ବିଛା ରାଶିର ଲୋକେ ଧନତେରସ ଦିନ ନାଲି ରଙ୍ଗର ବସ୍ତ୍ର, ଜାଗା ଜମି, ଘର କିଣିବା ଶୁଭ ହୋଇଥାଏ l କଦାପି କଳା ରଙ୍ଗର ବସ୍ତ୍ର ଓ ଲୁହା ଜିନିଷ ଧନତେରସ ରେ କିଣନ୍ତୁ ନାହିଁ l ଏହାଛଡା ଘରକୁ ଧାନ ଓ କଉଡ଼ି ଆଣିବା ଶୁଭ ଅଟେ l

– ଧନୁ ରାଶି –
ଧନୁ ରାଶିର ବ୍ୟକ୍ତି ଧନତେରସ ରେ ଫର୍ନିଚର ଓ ସୌନ୍ଦର୍ଯ୍ୟ ବସ୍ତୁ କିଣିବା ଉଚିତ ନୁହେଁ l ଆପଣ ଚାନ୍ଦି ବା ରୁପାର କୌଣସି ଜିନିଷ ଘରକୁ ଆଣନ୍ତୁ l ଏହାଛଡା ହଳଦୀ, ଝାଡୁ, ଚାଉଳ ମଧ୍ୟ ଆଣିବା ଶୁଭ ହୋଇଥାଏ l

– ମକର ରାଶି –
ମକର ରାଶିର ବ୍ୟକ୍ତିଙ୍କ ପାଇଁ ଏହିଦିନ ସୁନାର ଜିନିଷ କିଣିବା ଶୁଭ ହୋଇଥାଏ l ନଚେତ ହଳଦିଆ ବସ୍ତ୍ର କିମ୍ବା ହଳଦିଆ ଜିନିଷ ଧନତେରସ ରେ କିଣନ୍ତୁ ନାହିଁ, ଏହା ଅଶୁଭ ସଂକେତ ଦେଇଥାଏ l

– କୁମ୍ଭ ରାଶି –
କୁମ୍ଭ ରାଶିର ବ୍ୟକ୍ତି ଚଳିତଥର ଧନତେରସ ରେ ଷ୍ଟେସନାରୀ ଜିନିଷ ଓ ବାହାନ କିଣିବା ଶୁଭ ଅଟେ l ଏହିଦିନ ଲୁହା ଜିନିଷ କିଣିବା ଦ୍ୱାରା ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ l

– ମୀନ ରାଶି –
ଆପଣ ଧନତେରସ ରେ ରୁପା, ରତ୍ନ, ପୁଙ୍ଖରାଜ , ସୁନା କିଣିବା ଶୁଭ ଅଟେ l ଏହିଦିନ କଦାପି ଆଲୁମିନିୟମ କିମ୍ବା ଲୁହା ଜିନିଷ କିଣନ୍ତୁ ନାହିଁ l ଏହା ବାଧାବିଘ୍ନ ଆଡକୁ ଟାଣି ନେଇଥାଏ l

Leave A Reply