ଫୁଲବାଣୀ ତା :୩-୧୧:ଅବକାରୀ ଅଧିକାରୀ ର ପରିଚୟ ଦେଇ ଗାଁ ରେ ପଶି ଡକାୟତି କରିବା ମହଙ୍ଗା ପଡିଛି ଡ଼କାୟତ ମାନଙ୍କୁ। ରାତିଅଧିଆ ଡକାୟତି କରିବା କୁ ଯାଇ ଗ୍ରାମବାସୀ ଙ୍କ ହାତରେ ଧରାପଡି ନିର୍ଧୁମ ଛେଚା ଖାଇ ଲୁହୁଲୁହାଣ ହୋଇଛନ୍ତି ଛଅ ଜଣ ଡ଼କାୟତ। ଶେଷରେ ସେମାନଙ୍କୁ ପୋଲିସ ର ଜିମା ଦେଇଛନ୍ତି ଗ୍ରାମବାସୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପାଙ୍ଗା ଉପରସାହି ପଞ୍ଚାୟତ ଅଧୀନରେ ଥିବା କାଲିକୁଟି ଗାଁ ରେ। ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ୧୨ଟା ସମୟରେ ଚାରିଟି ବାଇକ ରେ ଛଅ ଜଣ ଯୁବକ ଡକାୟତି କରିବା ପାଇଁ କାଲିକୁଟି ଗାଁ ର ଚିତ୍ରସେନ ଡିଗାଲ ନାମକ ଜଣେ ବ୍ୟକ୍ତି ଙ୍କ ଘରେ ପଶି ଚିତ୍ରସେନ ଙ୍କ ସହ ପରିବାର ର ଅନ୍ୟ ସଦସ୍ୟ ମାନଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇବା ସହ ମାଡ ମାରି ସୁନା ଗହଣା ଓ ନଗଦ ଲକ୍ଷେ ରୁ ଅଧିକ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ପରିବାର ଲୋକେ ପାଟି କରିବାରୁ ଗ୍ରାମବାସୀ ଏକଜୁଟ ହୋଇ ଡ଼କାୟତ ମାନଙ୍କୁ ପିଛା କରିଥିଲେ। କିଛି ସମୟ ଗଲା ପରେ ଡ଼କାୟତ ମାନଙ୍କ ଗୋଟିଏ ବାଇକ ରେ ତେଲ ସରିଯିବାରୁ ଡ଼କାୟତ ମାନେ କାଲିକୁଟି ଗାଁ ପାଖରେ ଥିବା ଅନ୍ୟଏକ ଗାଁ ରେ ତେଲ ପକାଉଥିବା ବେଳେ ଗ୍ରାମବାସୀ ସମ୍ପୃକ୍ତ ଡ଼କାୟତ ମାନଙ୍କୁ କାବୁ କରିବା ସହ ନିର୍ଧୁମ ମାଡ଼ମାରିଥିଲେ। ସେମାନଙ୍କ ବେକରେ ଚପଲ ମାଳ ପକାଇ ଗାଁରେ ବୁଲାଇ ଥିବା ମଧ୍ୟ୍ୟ ସୂଚନା ମିଳିଛି। ଏହାପରେ ଗ୍ରାମବାସୀ ପୋଲିସ କୁ ଖବର ଦେବା ସହ ଡାକୟତି ର ଶିକାର ହୋଇଥିବା ଚିତ୍ରସେନ ଡିଗାଲ ଙ୍କ ପୁଅ ବ୍ରଜରାଜ ଡିଗାଲ ଥାନାରେ ଦକାୟତି ସମ୍ପର୍କ ରେ ଥାନାରେ ଏକ ଲିଖିତ ଏତଲା ଦେବାପରେ ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଙ୍କ ସହ ଏସଆଇ ଅଜୟ କୁମାର ସାହୁ ଏକ ଟିମ ସହ ପହଂଚିବା ଡ଼କାୟତ ମାନଙ୍କୁ ଗ୍ରାମବାସୀ ଙ୍କ କବଳରୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଅନ୍ୟପଟେ ଏହି ଡକାୟତି ଘଟଣାରେ ଚାରୋଟି ବାଇକ ସହ ଛଅ ଜଣ ଡ଼କାୟତ କୁ ପୋଲିସ ଗିରଫ କରିଥିବା ବେଳେ ସନ୍ଦେହ ରେ ଦୁଇଜଣ ବ୍ୟକ୍ତି ଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଛି। ତେବେ ଗିରଫ ଡକାୟତ ମାନଙ୍କ ମଧ୍ୟ୍ୟରେ ତିନିଜଣ ଡକାୟତ ଫିରିଙ୍ଗିଆ ଥାନା ରତଙ୍ଗ ପଂଚାୟତ ଦାମିସାହି ଗାଁ ର ହରିଚନ୍ଦନ କହଁର ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟଜଣେ ରତଙ୍ଗ ଗାଁ ର ବିଶ୍ଵକର୍ମା କହଁର ଓ ପଦ୍ମନାଭ ଦେହୁରୀ ବୋଲି ଜଣା ପଡିଛି ଓ ଅନ୍ୟ ଚାରିଜଣଙ୍କ ମଧ୍ୟ୍ୟରେ ଜଣେ ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ମାଡିଗୁଡା ଗାଁ ର ଦୀପକ ପ୍ରଧାନ, କ. ନୂଆଗାଁ ଥାନା ପୁରୁଣା କ. ନୂଆଗାଁ ର ଅମିତ ପାତ୍ର, ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ଗାଁ ର ତପନ କୁମାର ପ୍ରଧାନ ବୋଲି ଜଣା ପଡିଛି। ତେବେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୧୯୩/୨୩ ରେ ଏକ ମାମଲା ରୁଜୁ କରାଯାଇ ଥିବା ବେଳେ ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ।