ଦଶପଲ୍ଲା ୩/୧୦ : ଓଡିଶା ଉଚ୍ଚ ନ୍ୟାୟାଳୟ ର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜୁଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଧର୍ମପତ୍ନୀ ନିରୂପମା ଷଡଙ୍ଗୀ ଙ୍କ ସହ ଦଶପଲ୍ଲା ଗସ୍ତରେ ଆସି ଦଶପଲ୍ଲା ର ଆରାଧ୍ୟଠାକୁର ଶ୍ରୀ ଶ୍ରୀ ରଘୁନାଥ ଜୀଉ ଓ ଶ୍ରୀ ମହାବୀର ଙ୍କୁ ଦର୍ଶନ କରି ପୂଜାର୍ଚନା କରିଛନ୍ତି। ପରେ ଜୁଷ୍ଟିସ ଶ୍ରୀଯୁକ୍ତ ଷଡଙ୍ଗୀ ଦଶପଲ୍ଲା ସ୍ଥିତ ନିଜ ଶଶୁର ଙ୍କ ଘରକୁ ଯିବା ସହ ଦଶପଲ୍ଲା କୋର୍ଟ ନିକଟରେ ନୂତନ ଭାବେ ନିର୍ମାଣ ଚାଲିଥିବା ଓକିଲ ସଂଘ ଗୃହ , କ୍ୟାଣ୍ଟିନ , ଓ ବିଚାରପତି ମାନଙ୍କ ପାଇଁ ନିର୍ମାଣ ହେଉଥିବା ବିଶ୍ରାମ ଗୃହ ବୁଲି ଦେଖିଥିଲେ । ଏହି ସମୟ ରେ ଦଶପଲ୍ଲା ବାର ପକ୍ଷରୁ ଜୁଷ୍ଟିସ ଶ୍ରୀଯୁକ୍ତ ସଡଙ୍ଗୀକୁ ସ୍ୱାଗତ କରାଯାଇଥିଲା । ଏହା ସହ ଜଷ୍ଟିସ ଷଡଙ୍ଗୀଙ୍କ ସହ ଦଶପଲ୍ଲା ବାର ର ବରିଷ୍ଠ ଆଇନିଜୀବୀ ସୁଶାନ୍ତ କୁମାର ପାତ୍ର , ଗୌର ଚନ୍ଦ୍ର ମିଶ୍ର, ଶରତ ଚନ୍ଦ୍ର ବେହେରା, ଙ୍କ ସହ ବାର ମେମ୍ବର ଓ ଜେ ଏମ ଏଫସି ସୌମ୍ୟ ରଞ୍ଜନ ପୃଷ୍ଟି , ସବଜଜ ବିଶ୍ୱଜିତ ଦାସ ପ୍ରମୁଖ ଙ୍କ ସହ ଜଷ୍ଟିସ ଶ୍ରୀଯୁକ୍ତ ଷଡଙ୍ଗୀ ଫୋଟୋ ଉଠାଇଥିଲେ । ପରେ ଧର୍ମପତ୍ନୀ ନିରୂପମା ଷଡଙ୍ଗୀ ଙ୍କ ସହ ନିଜ ଗ୍ରାମ ଓଡ଼ଗାଁ ଗସ୍ତ କରିଥିଲେ ।
