ପାରାଦୀପ : ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଙ୍କୁ ନିର୍ଯ୍ୟତନା ଘଟଣା ଆଜି ଭିନ୍ନ୍ ମୋଡ ନେବାରେ ଲାଗିଛି | ଜୀବନରେ ମାରିଦେବା ପାଇଁ ଚକ୍ରାନ୍ତ ଚାଲିଥିବା ନିଜେ ଶିକ୍ଷୟତ୍ରୀ ଦୀପାଞ୍ଜଳୀ ତରାଇ ପାରାଦୀପ ଲକ୍ ଥାନା ରେ ଏକ ଲିଖିତ ଅଭିଯୋଗ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ | ଲକ୍ ଥାନା ପୋଲିସ ଏହାକୁ ଗୁରୁତର ସହ ନେବା ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇବା ସହ ତଦନ୍ତ ପାଇଁ କିଛି ଲୋକଙ୍କୁ ଥାନା କୁ ଡକାଯାଇଥିବା ଆଇ ଆଇ ସି କୁଳମଣି ସେଠି | ସେପଟେ ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ପ୍ରଦୀପ ସାହୁ ଏହି ଘଟଣା କୁ ନେଇ ଉଦବେଗ ପ୍ରକାଶ କରିଥିବା ବେଳେ ସିସିଟିଭି ଫୁଟେଜରୁ ଯିଏ ଦୋଷୀ ତା ଉପରେ ନିଶ୍ଚିତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମକୁ ଆଜି ସୂଚନା ଦେଇଛନ୍ତି | ଘଟଣା ଟି ଗତ ତିନିଦିନ ତଳେ ପାରାଦୀପ ଉପକଣ୍ଠ ଗଡ଼ ପଞ୍ଚାୟତ ଅଧୀନ ଚକ୍ରଧରପୁର ହାଇସ୍କୁଲ ରେ ଘଟିଥିବା ଓ ଏହି ବିଦ୍ୟାଳୟ ର ଶିକ୍ଷୟତ୍ରୀ ଦୀପାଞ୍ଜଳି ତରାଇ ଏହି ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ବିଗତ ଛଅ ମାସ ହେବ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଛି ବୋଲି ସେ ନିଜେ ଅଭିଯୋଗ କରିଛନ୍ତି | ବିଦ୍ୟାଳୟ ପରିସର ମଧ୍ୟରେ ତାଙ୍କ ସ୍କୁଟି ର ତାର କୁ ଛିଡ଼ାଇ ଦେବା , ସ୍କୁଟି ର ସାଇଲେନସର୍ ରେ କାଗଜ ବିଣ୍ଡା ପୁରାଇ ଷ୍ଟାର୍ଟ ବନ୍ଦ କରିଦେବା ଓ ତାଙ୍କ ସ୍କୁଟି କୁ କଣ୍ଟା ସାହାଯ୍ୟରେ ଫୁଟାଇ ଲିକ କରିଦେବା ଭଳି ଘଟଣା ଘଟି ଚାଲିଛି | ଦୀପାଞ୍ଜଳି ଗତକାଲି ବିଦ୍ୟାଳୟ ର ଜଣେ ଶିକ୍ଷୟତ୍ରୀ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ପରେ ଏକ କାର ଯୋଗେ ତାଙ୍କ ସ୍କୁଟି କୁ ବିଦ୍ୟାଳୟ ପରିସର ମଧ୍ୟରେ ଛାଡି ଦିଦି ଙ୍କୁ ଘରକୁ ଛାଡିବାକୁ ଯାଇଥିବା ବେଳେ ଫେରି ଦେଖିବା ବେଳକୁ ସ୍କୁଟି ସାଇଲେନସର ମଧ୍ୟରେ କେହି ଜାଣିଶୁଣି ପ୍ରବଳ କାଗଜ ବିଣ୍ଡା ପୁରାଇ ଚାଲିଯାଇଛି | ଫଳରେ ସ୍କୁଟି ଟି ଷ୍ଟାର୍ଟ ନହେବାରୁ ଦିଦି ଘରକୁ ଯାଇ ଆଜି ଆସି ଦେଖିବା ବେଳକୁ ପୁଣି ସ୍କୁଟି ର ଚକ କୁ ଏକ କଣ୍ଟା ସାହାଯ୍ୟରେ ଫୁଟାଇ ଲିକ କରାଯାଇଛି | ଅନ୍ୟପଟେ ବିଦ୍ୟାଳୟ ପରିସର ମଧ୍ୟରେ ପିଟି ଶିକ୍ଷକ ରାତ୍ରି ଯାପନ ବେଆଇନ ଭାବେ କରୁଥିବା ଓ ଘଟଣା ଘଟିବା ରାତ୍ରିରେ କିଛି ବାହାର ଯୁବକ ଙ୍କ ସହ ଭୋଜି ବିଦ୍ୟାଳୟ ପରିସର ମଧ୍ୟରେ ହୋଇଥିବା ଏକ ବିଶେଷ ସୁତ୍ରରୁ ଜଣାପଡିବା ପରେ , ସମ୍ପୃକ୍ତ ପିଟି ଶିକ୍ଷକ କିଭଳି ଓ କାହା ଅନୁମତି ରେ ବିଦ୍ୟାଳୟ ଭିତରେ ରାତ୍ରି ଯାପନ କଲେ ଓ ଭୋଜି କଲେ ତାହା ଏବେ ସବୁଠାରୁ ମୁଖ୍ୟ ତଦନ୍ତ ର ବିଷୟ ବୋଲି ଚର୍ଚ୍ଚା ହେଉଛି | ଏହି ବିଦ୍ୟାଳୟ ଏକ ସର୍ବ ପୁରାତନ ବିଦ୍ୟାଳୟ ହୋଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି |