ଭଦ୍ରକ/ଭୁବନେଶ୍ୱର ତା.୨୦/୦୯: ଜନପ୍ରିୟ ବିଧାୟକ, ଜନନେତା, ସାହିତି୍ୟକ, ସୁବକ୍ତା ତଥା ଭାରତୀୟ ଜନତା ପାର୍ଟୀର ବରିଷ୍ଠ ନେତା ପୂର୍ବତନ ବିଧାୟକ ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକି ତାଙ୍କ ପୌତୃକ ବାସଭବନ ଭଦ୍ରକ ଜିଲ୍ଲା ତିହିଡିର ମଙ୍ଗରାଜପୁର ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରାଦ୍ଧବାର୍ଷିକିରେ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇ ସ୍ୱର୍ଗତଃ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ତିହିଡି ମେଡିକାଲ ଛକଠାରେ ତାଙ୍କର ପ୍ରତିମୂର୍ତିକୁ ଲୋକାର୍ପଣ କରିଥିଲେ । ଏହାପରେ ବିଷ୍ଣୁ ସେଠୀଙ୍କ ସ୍ମୃତି ସଂସଦ ତିହିଡି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କର “ସ୍ମରିଣିକା” ଉନ୍ମୋଚନ କରିଥିଲେ ଶ୍ରୀ ସାମଲ ।
ଶ୍ରୀ ସାମଲ କହିଥିଲେ ଯେ, ସ୍ୱର୍ଗତଃ ବିିଷ୍ଣୁ ସେଠୀ ସୁସଙ୍ଗଠକ ଥିଲେ ଓ ଦୀର୍ଘ ୩୦ବର୍ଷରୁ ଊଦ୍ଧ୍ୱର୍ ସମୟ ଭାରତୀୟ ଜନତା ପାର୍ଟି ସହ କାର୍ଯ୍ୟ କରିଛନ୍ତି । ଭଦ୍ରକ ଅଂଚଳର ବିକାଶ ପାଇଁ ବହୁ ପଦକ୍ଷେପ ନେଇଥିଲେ । ସ୍ୱର୍ଗତଃ ସେଠୀ ଜଣେ ଜନନେତା ଥିବାରୁ ଭଦ୍ରକବାସୀ ତଥା ଓଡ଼ିଶାବାସୀଙ୍କ ମନରେ ଚିରସ୍ମରଣୀୟ ହୋଇ ରହିଛନ୍ତି । ସ୍ୱର୍ଗତଃ ସେଠୀଙ୍କ କାର୍ଯ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବ ।
ଏହି ଶ୍ରାଦ୍ଧବାର୍ଷିକୀରେ ବିଧାୟକ ସୁକାନ୍ତ ନାୟକ, ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଅଭିମନୁ୍ୟ ସେଠୀ ଓ ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ.ପ୍ରଦୀପ ନାୟକ, ପଂଚାନନ ନାୟକ, ବଦ୍ରି ପ୍ରସାଦ ଧଳ, ମନସ୍ମିତା ଖୁଂଟିଆ, ଜିଲ୍ଲା ସଭାପତି ହେମନ୍ତ ପାଢୀ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।