Odisha news

ଶାଙ୍କୁଳାଈ ମନ୍ଦିରରୁ ଚୋରି ଅଭିଯୋଗରେ ୨ ଗିରଫ , ଚୋରି ସାମଗ୍ରୀ ଜବତ 

0
ବୁଗୁଡ଼ା : ତା ୧୯/୦୯/୨୩ : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଅନ୍ତରପଡା ଶାଙ୍କୁଳାଇ ମନ୍ଦିର ପରିସରରେ ଥିବା ଏକ ଷ୍ଟୋର ରୁମର ଚାବି ଭାଙ୍ଗି ଗ୍ୟାସ ହାଣ୍ଡି, ଡେ଼କଚି ଆଦି ଚୋରି କରିବା ଅଭିଯୋଗରେ ଆଜି ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି  l  ଗିରଫ ଦୁଇ ଜଣ ହେଲେ ବୁଗୁଡା ଥାନା ଅନ୍ତର୍ଗତ ଅନ୍ତରପଡା ଗ୍ରାମର କବିରାଜ ଜେନା ଓ ମାଣିବନ୍ଧ ଗ୍ରାମର ଗଙ୍ଗାଧର ବିଷୋୟୀ l ଏ ନେଇ ବୁଗୁଡା ଥାନା ରେ କେସ୍ ନଂ ୬୭୩/୨୩ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଶର୍ମିଷ୍ଠା ପ୍ରଧାନଙ୍କଠାରୁ ପ୍ରକାଶ ପାଇଛି  ।  ସେମାନଙ୍କଠାରୁ ୪ ଟି ଗ୍ୟାସ ହାଣ୍ଡି, ଗୋଟିଏ ଗ୍ଯାସ ଚୁଲି,  ୨୦ଟି ରସ ହାଣ୍ଡି , କଟର ମେସିନ ଓ ତାଲା ଭାଙ୍ଗିବା ଯନ୍ତ୍ର ଆଦି ମଧ୍ୟ ଜବତ ହୋଇଛି  l ପ୍ରକାଶ ଯେ , ଗତ ୧୭ ତାରିଖରେ ଅନ୍ତରପଡା  ଶାଙ୍କୁଳାଇ ମନ୍ଦିର ଷ୍ଟୋର ରୁମର ତାଲା ଭାଙ୍ଗି ଜିନିଷ ଚୋରି ହୋଇଥିବା ନେଇ ଷ୍ଟୋର ଦାୟିତ୍ବରେ ଥିବା ପବିତ୍ର ବିଷୋୟୀ ଅଭିଯୋଗ କରିବା ପରେ ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ଗଙ୍ଗାଧର ବିଷୋୟୀଙ୍କ ଘର ବାରିପଟୁ ସମସ୍ତ ଚୋରି ଜିନିଷ ଜବତ୍ କରିଥିଲେ ।
Nalco
Leave A Reply