ଢ଼େଙ୍କିକୋଟ ତା ୧୯. ୯. ୨୩ : କେନ୍ଦୁଝର ଜିଲ୍ଲା ର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ତଳୀ ଢ଼େଙ୍କିକୋଟ ଠାରେ ଜମୁଛି ଶ୍ରୀ ଗଣେଶ ପୁଜା l ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ କ୍ଲବ ଓ କୋଚିଂ ସେଣ୍ଟର୍,କମ୍ପୁଟର କେନ୍ଦ୍ର ଗୁଡିକରେ ପୁଜା ଧୁମଧାମରେ ପାଳନ କରାଯାଉଛି l ତେବେ ଦିଲଦାର୍ କ୍ଲବ୍, ବିନ୍ଦାସ କ୍ଲବ, ର ମେଢ଼ ବେସ୍ ଆକର୍ଷଣୀୟ ହୋଇଛି l ସୁ ଉଚ ତୋରଣ,ରଂଗିନ ଆଲୋକ ମାଳା, ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ମୃମୟୀ ମୁର୍ତ୍ତି ଭକ୍ତବୃନ୍ଦ କୁ ଆକ୍ରୁଷ୍ଟ କରୁଛି l ପାଗ ପ୍ରତିକୂଳ ସତ୍ବେ ଢ଼େଙ୍କିକୋଟ ମାର୍କେଟ ପୁଜାପାଇଁ ଅଧିକ ଆକର୍ଷଣୀୟ ଓ ଉଚ୍ଛବମୁଖର ହୋଇଉଠିଛି l ତେବେ ଅଧିକ ଖୁସୀ ଅନୁଭବ କରୁଛନ୍ତି ଯୁବକ ମାନେ l ବିଦ୍ୟାଳୟ ଗୁଡିକରେ ଶ୍ରୀ ଗଣେଶ ପୁଜାପାଇଁ ଛାତ୍ର ଛାତ୍ରୀ ମାନେବି ଅଧିକ ଖୁସୀ ଅନୁଭବ କରୁଛନ୍ତି l ତେବେ ଖୁସିରେ ଖୁସିରେ ଶ୍ରୀ ଗଣେଶ ପୁଜା ଧୁମଧାମ ରେ ଢ଼େଙ୍କିକୋଟ ଅଂଚଳ ରେ ପାଳନ କରାଯାଉଛି l