ଆଠଗଡ଼ ତା୧୭-୯-୨୩ ବହୁ ଚର୍ଚ୍ଚିତ ବିଜେପି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ହତ୍ୟା ଘଟଣା ନେଇ , ଆଜି ଆଠଗଡ ରଥଗଡା ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ରୁଚିକା ମହାନ୍ତି ହତ୍ୟା ଘଟଣାରେ ଦୀର୍ଘ ୧୫ ମାସ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାର ନ୍ୟାୟ ପାଇନଥିବାରୁ ବିଜେପି ନେତା ଅଭୟ ବାରିକ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ଚପାଇ ଦେବା ପାଇଁ ରୁଚିକା ମା’କୁ ୧୬ ଲକ୍ଷ ଟଙ୍କା ନେଇଥିବା ନେଇ ଯେଉଁ ଅପ୍ରଚାର ହେଉଛି ତାକୁ ନେଇ ତାଙ୍କ ପରିବାର ଲୋକ ଅତ୍ୟନ୍ତ ମର୍ମାହତ ହୋଇପଡିଛନ୍ତି। । ବିଜେପି ନେତା ଅଭୟ ବାରିକ ସାମ୍ବାଦିକ ସମ୍ମିଳନୀରେ ରୁଚିକା ମା ଦୀର୍ଘ ୧୫ ବର୍ଷ ଧରି ବିଜେଡି ଦଳରେ କାର୍ଯ୍ୟ କରିଥିଲେ କିନ୍ତୁ ରୁଚିକା ହତ୍ୟାଘଟଣାରେ ନ୍ୟାୟ ପାଇବା ପାଇଁ ତାଙ୍କ ମାଆ ବିଭିନ୍ନ ସ୍ଥାନରେ ନ୍ୟାୟ ନିବେଦନ ପରେ ଆନ୍ଦୋଳନ କରି ମଧ୍ୟ୍ୟ ନ୍ୟାୟ ପାଇ ପାରିଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାକୁ ସେ ଘୋର ନିନ୍ଦା କରିବା ସହିତ ତୁରନ୍ତ ରୁଚିକା ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି।, ଏହି ସମ୍ମିଳନୀ ରେ ସୁନୀଲ ସୁତାର ଜଗଦାନନ୍ଦ ତ୍ରିପାଠୀ, ସରୋଜ କୁମାର ଦାଶ ପ୍ରମୁଖ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ରହିଥିଲେ।