Odisha news

ଭାର୍ଗବୀ ନଦୀରେ ବନ୍ୟା ପରିସ୍ଥିତି ନାହିଁ : ସହକାରୀ ନିର୍ବାହୀ ଯନ୍ତ୍ରୀ 

0
ସାକ୍ଷୀଗୋପାଳ : ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଭାର୍ଗବୀ ନଦୀରେ ବିପଦ ସଂକେତ ତଳେ  ବନ୍ୟା ଜଳ ପ୍ରବାହିତ ହେଉଥିଲା l ଗତକାଲି ପୂର୍ବାହ୍ନ 11 ଟା ଠାରୁ ମୁଣ୍ଡୁଳି ଠାରେ ବନ୍ୟା ଜଳ ପ୍ରବାହ ହ୍ରାସ ପାଇଅଛି l ପୂର୍ବରୁ 6.87 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା l ବର୍ତ୍ତମାନ 6.25 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଅଛି l 24 ଘଣ୍ଟା ପରେ ଏହି ବନ୍ୟା ଜଳ ଆହୁରି ହ୍ରାସ ପାଇବ l ଭାର୍ଗବୀ ନଦୀ ବନ୍ଧର ହାରାହାରି ଓସାର ପ୍ରାୟ 5 ମିଟର ଅଟେ l ମାତ୍ର ରଥ ପୁରୁଷୋତ୍ତମ ପୁର ନିକଟରେ ଭାର୍ଗବୀ ନଦୀ ବନ୍ଧର ଓସାର 8 ମିଟର ରହିଅଛି l ଭାର୍ଗବୀ ନଦୀରେ ବନ୍ୟା ପରିସ୍ଥିତି ଓ ରଥ ପୁରୁଷୋତ୍ତମପୁର ନିକଟରେ ଭାର୍ଗବୀ ନଦୀ ବନ୍ଧ ସୁଦୃଢ ରହିଅଛି l ନଦୀ କୁଳିଆ ବାସିନ୍ଦା ଓ ଜନସାଧାରଣ ଆଦୌ ଭୟଭୀତ ନ ହେବା ନିମନ୍ତେ  ଜଳ ସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ,ସାକ୍ଷୀଗୋପାଳର ସହକାରୀ ନିର୍ବାହୀ ଯନ୍ତ୍ରୀ ତନୁଜ କୁମାର ରାଉତ ପ୍ରକାଶ କରିଛନ୍ତି l ବନ୍ୟା ଓ ନଦୀ ବନ୍ଧ ସମ୍ପର୍କରେ ପ୍ରଚାରିତ ହେଉଥିବା ଗୁଜବକୁ ବିଶ୍ୱାସ ନ କରିବା ନିମନ୍ତେ ଅନୁରୋଧ କରିଛନ୍ତି l

Leave A Reply