ନିରାକାରପୁର,୧୭/୯: ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଛକ ନୁଆ ଜଗନ୍ନାଥ ସଡ଼କ ରୁ ଦୁଇଟି ହାଇୱା ଗାଡି ଓଭରଲୋଡିଂ ଚିପ୍ସ ବୋଝେଇ କରି ନେଉଥିବା ବେଳେ ନିରାକାର ପୁର ପୋଲିସ ଗାଡି ଦୁଇଟିକୁ ଜବତ କରିବା ସହ ତାଠାରୁ ଫାଇନ ଆଦାୟ କରିଛି। ଗାଡି ନମ୍ବର ଓଡି ୦୨ ଏଭି ୯୯୨୪ ଠାରୁ ୬୫ ହଜାର ଛଅଶହ ଏଵଂ ଓଡି ୦୨ ଏଭି ୧୬୭୩ ଠାରୁ ୫୪ ହଜାର ୨୦୦ ଟଙ୍କା ଫାଇନ ଆଦାୟ କରାଯାଇଛି। ଦୁଇଟି ଗାଡ଼ି କୁ ପୋଲିସ ଖୋର୍ଦ୍ଧା ଏମଭିଆଇ କୁ ହସ୍ତନ୍ତାର କରିଛି ।ନିରାକାରପୁର ଅଞ୍ଚଳରେ ଏହି ଭଳି ପ୍ରତ୍ୟେକ ଦିନ ଓଭର ଲୋଡ୍ କରି ଗାଡି ଗୁଡିକ ଯାଉଥିବା ନଜିର ରହିଛି । ଏ ଵାଵଦରେ ପୋଲିସ ର ଢ଼ିଲା ଚେକିଙ୍ଗ ଯୋଗୁଁ ଶହ ଶହ ଗାଡି ନୂଆ ଜଗନ୍ନାଥ ସଡକ ରେ ଥାନା ବାଟଦେଇ ଯାଉଛି। ଫଳରେ ରାଜ୍ୟ ସରକାରଙ୍କ କୋଟି କୋଟି ରାଜସ୍ବ ହାନୀ ହେଉଥିବା ଲକ୍ଷ କରାଯାଉଛି।