Odisha news

ଦୁଇ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ

0
ବେତନଟୀ : ବେତନଟୀ ବ୍ଲକ  ଅଧୀନ ପାଟଳିପୁରା ପଞ୍ଚାୟତ ର କ୍ଷୀରପଦା ସ୍ଥିତ ଖେଳପଡ଼ିଆରେ ମହାବୀର ୟୁଥ୍ କ୍ଲବ ଆନୁକୁଲ୍ୟରେ ଦୁଇ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଓଡିଶା ଓ ପଶ୍ଚିମବଙ୍ଗ ରୁ ୧୬ ଗୋଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ l  ଦୁଇଟି ସେମିଫାଇନାଲ ଖେଳ ପରେ ପଶ୍ଚିମବଙ୍ଗ ରୁ ଆସିଥିବା ଟୁଡୁ ଏଣ୍ଡ ଟୁଡୁ  ଏବଂ ବାରିପଦାରୁ ଆସିଥିବା ମାଝୀ ବ୍ରଦ୍ରୋସ ଦଳ  ମଧ୍ୟରେ ଏକ ରୋମାଞ୍ଚକର ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା l ଟୁଡୁ ଏଣ୍ଡ ଟୁଡୁ  ଦଳ ବିଜୟୀ ହୋଇ ଚଳିତ ବର୍ଷ ଚମ୍ପିୟନ ଟ୍ରଫି ହାସଲ କରିଥିଲା । ଚମ୍ପିୟାନ ଦଳକୁ ଟ୍ରଫି ସହ ୫୦ ହଜାର ଟଙ୍କା ଓ ରନର୍ସଅଫ ଦଳକୁ ଟ୍ରଫିସହ ୩୫ ହଜାର ଟଙ୍କା ଏବଂ ତୃତୀୟ ଓ  ଚତୁର୍ଥ ଦଳ କୁ ୭୦୦୦ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ  ମୂଖ୍ୟ ଅତିଥି ଭାବେ ବଡ଼ସାହି ନିର୍ବାଚନ ମଣ୍ଡଳୀ ର ବିଧାୟକ ସନାତନ ବିଜୁଳି , ସମ୍ମାନୀୟ ଅତିଥି ଭାବେ ସରପଞ୍ଚ ପ୍ରତିନିଧି  ସଞ୍ଜୟ କୁମାର ଜେନା ,  ଗନ୍ଧମାର୍ଦନ ଦେହୁରୀ ଓ ପ୍ରଭାକର ଉପାଧ୍ୟାୟ, କ୍ଳବ ସଭାପତି ରବିଚନ୍ଦ୍ର ମାରାଣ୍ଡି ଓ ସମ୍ପାଦକ ବିଶ୍ୱନାଥ ବେଶ୍ରା ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ।  ଖେଳ ଦେଖିବାକୁ ହଜାର ହାଜର ଲୋକ ଏକତ୍ରିତ ହୋଇଥିବାବେଳେ ମହାବୀର କ୍ଲବର ସମସ୍ତ ସଦସ୍ୟ ଏହି ଟୁର୍ଣ୍ଣାମେଣ୍ଟ କୁ ସୁପରିଚାଳନା କରିବାରେ ସହଯୋଗ କରିଥିଲେ l
Ad2
Leave A Reply