ରାହାମା ,,-ତା୧୪/୦୯; କୁଜଙ୍ଗ ବ୍ଲକ ଅଧିନ ୧୪ ଗୋଟି ପଞ୍ଚାୟତର ପାନୀୟଜଳ ଯୋଗାଣ କୁ ଟାଟା କମ୍ପାନୀ ଗତ ୩ଦିନ ହେବ ବନ୍ଦ କରିଦେଇଥିଲା।ଆଜି ସକାଳ ୧୧ଟା ସମୟରେ ୧୪ ପଞ୍ଚାୟତର ଜନସାଧାରଣ ଓ ସରପଞ୍ଚ ମାନେ ଆସି କଟକ- ପାରାଦ୍ବୀପ ରାସ୍ତା ,ରାହାମା ଠାରେ ରାସ୍ତାରେ ଆଡି ପକାଇ ବନ୍ଦ କରି ଦେଇଥିଲେ।ଏହି ରାସ୍ତା ରୋକ ନେତୃତ୍ବରେ ଥିଲେ ସାଇଲୋ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଓ ତାଳପଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ଲେଙ୍କା।ଦିର୍ଘ ୩ ଘଣ୍ଟା କାଳ ରାସ୍ତା ଅବରୋଧ ହୋଇଥିଲା ଏବଂ ରାସ୍ତାର ଦୁଇ ପାର୍ଶ୍ବ ରେ ଶହ ଶହ ବସ୍,ଟ୍ରକ ଓ କାର ଅଟକି ରହିଥିଲେ।ଶେଷରେ କୁଜଙ୍ଗ ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ର ଓ କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ଦ୍ବାରା ସମାଧାନ କରାଯାଇଥିଲା ଏବଂ ସଙ୍ଗେ ସଙ୍ଗେ ପାନୀୟଜଳ ଯୋଗାଇ ଦିଆଯାଇ ଥିଲା।ଏଥି ସହିତ ୧୦ଦିନ ଭିତରେ ଉପୁଜି ଥିବା ସମସ୍ୟାକୁ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇ ରାସ୍ତା ରୋକ ଭଙ୍ଗ କରାଯାଇ ଥିଲା।
