ବେତନଟୀ : ବୈଶିଙ୍ଗା ପୋଲିସ ପକ୍ଷରୁ ମଦୁଆ ଗାଡ଼ି ଚାଳକଙ୍କୁ ସାବାଡ୍ କରିବା ପାଇଁ ବିଭିନ୍ନ ଛକ ଯାଗା ମାନଙ୍କରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଯାଇଛି। ୧୮ ନଂ ଜାତୀୟ ରାଜପଥର ଗଡଦେଉଳିଆ ବଜାର ନିକଟରେ ଯାନବାହାନ ଅଟକାଇ ତଦନ୍ତ କରାଯାଉଥିବା ବେଳେ ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅଞ୍ଚଳର ଶଶଧର ଉପାଧ୍ୟାୟ ଓ ଗଡଦେଉଳିଆ ଅଞ୍ଚଳର ଶିବ ସିଂ ପ୍ରଚୁର ମଦ୍ୟପାନ କରି ଦୃତ ଗତିରେ ଗାଡ଼ି ଚାଳନା କରୁଥିବା ବେଳେ ପୋଲିସ ର ସନ୍ଦେହ ହେବାରୁ ଗାଡ଼ି ଚାଳକଙ୍କୁ ଅଟକାଇ ସେମାନଙ୍କର ଡ଼ାକ୍ତରୀ ପରୀକ୍ଷା ପରେ ଗିରଫ କରାଯାଇଥିଲା। ବାଇକ୍ ଗୁଡ଼ିକ ଜବତ୍ କରାଯିବା ସହ ଉଭୟ ଅଭିଯୁକ୍ତ ଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।
