ପିପିଲି… ହିମାଚଳ ପ୍ରଦେଶ ସୋଲାନ ଠାରେ ଅନୁଷ୍ଠିତ ହୋଇ ଥିବା ଆନ୍ତର୍ଜାତୀୟ ଛତୁ ମେଳାରେ ଯୋଗ ଦେଇ ଓଡିଶା ପାଇଁ ଗୌରବ ଆଣିଛନ୍ତି ପିପିଲି ର ସଫଳ ଛତୁ ଚାଷୀ ସଞ୍ଜିତ୍ ମହାନ୍ତି. ଉକ୍ତ ମେଳାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ପାଞ୍ଚ ସହ ଚାଷୀ ଯୋଗ ଦେଇଥିବା ବେଳେ ସହେ ରୁ ଉର୍ଦ୍ଧ ଷ୍ଟଲ୍ ସ୍ଥାନ ପାଇଥିଲା. ଏହି ମେଳାରେ ଓଡିଶା ର ଏକ ମାତ୍ର ପିପିଲି ରଶ୍ମିରେଖା ଛତୁ ୟୁନିଟ୍ ସ୍ଥାନ ପାଇଥିଲା. ଏହାର ନିର୍ଦ୍ଦେଶକ ସଞ୍ଜିତ୍ ମହାନ୍ତି ତାଙ୍କ ଟିମ୍ ସହାୟତା ରେ ନେଇଥିବା ପ୍ରାୟ ପନ୍ଦର ପ୍ରକାର ଛତୁ ରୁ ପ୍ରସ୍ତୁତ ଖାଦ୍ୟ ସେଠାରେ ପ୍ରଦର୍ଶିତ କରିଥିଲେ. ଛତୁ ଅନୁସନ୍ଧାନ ଓ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ମାନଙ୍କ ଦ୍ଵାରା ଏହା ଆଦୃତ ହେବା ସହ ମନ ମୋହି ଥିଲା. ସମସ୍ତ ଷ୍ଟଲ୍ ବୁଲି ଦେଖି ସାରିବା ପରେ ତର୍ଜମା କରିବା ଦାୟିତ୍ଵ ରେ ଥିବା ବୈଜ୍ଞାନିକ ମାନେ ଏହି ୟୁନିଟ୍ କୁ ମନୋନୀତ କରିଥିଲେ. ଶେଷରେ ଆନ୍ତର୍ଜାତୀୟ ଛତୁ ଗବେଷଣା କେନ୍ଦ୍ର ର ନିର୍ଦ୍ଦେଶକ ଭି ଭି ଶର୍ମl ପିପିଲି ରୁ ଯାଇଥିବା ଉକ୍ତ ରଶ୍ମିରେଖା ଛତୁ ୟୁନିଟ୍ କୁ ଚଳିତ ବର୍ଷ ର ବେଷ୍ଟ ମସ୍ରୁମ୍ ପ୍ରୋସେସିଂ ୟୁନିଟ୍ ଅଫ୍ ଦି ଇଅର ଭାବେ ଯାଇଥିବା ଟିମ୍ ସହ ନିର୍ଦ୍ଦେଶକ ସଞ୍ଜିତ୍ ମହାନ୍ତି ଙ୍କୁ ସମ୍ମାନିତ କରିବା ସହ ଆନ୍ତର୍ଜାତୀୟ ଆଇକନ୍ ଆୱାର୍ଡ ପାଇବା ପାଇଁ ଘୋଷଣା କରିଥିଲେ. I