Odisha news

ବିଦ୍ୟୁତତାର ଓ ଜିଆଇପୋଲ ଚୋରିକରି  ବନ୍ଧା ହେଲେ ୨ଜଣ

0
 ବାରଙ୍ଗ :  ପୁରୀମେନକେନାଲରେ କାମ ବିଦ୍ୟୁତ କାମ ହେଇଥିବା ବେଳେ ବିଦ୍ୟୁତତାର ଓ ଜିଆଇ ପୋଲ ଚୋରିକରି ନେଇଯାଇ ଥିବା ଅଭିଯୋଗରେ ରବିବାର ଦିନ ବାରଙ୍ଗପୋଲିସ ଦୁଇଜଣ ଙ୍କୁ  କୋର୍ଟଚାଳଣ କରିଛି।ସେମାନେ ହେଲେ ଲାଲବାଗ ଥାନା ଅଧିନସ୍ତ ଜଗନ୍ନାଥ ବଲଭରେ ରହୁଥିବା କାଳିଆ ମହାପାତ୍ର ଓ ଅଲିସାବଜାରରେ ରହୁଥିବା ସୁଶାନ୍ତ ବେହେରା।ପୋଲିସ ତାଙ୍କଠାରୁ ୩ବଣ୍ଡଲ ତାର, ମୋବାଇଲ ଫୋନ ଓ ଚୋରି କରିବା ପାଇଁ  ବ୍ୟବହୃତ ହୋଇଥିବା ଅଟୋକୁ ଜବତ କରିଛି।
ପ୍ରକାଶଯେ,ଈଶ୍ୱର ଚନ୍ଦ୍ର ପରିଡା ନାମକ ଜଣେ ସରକାରୀ ଏଲେକ୍ଟ୍ରି ଠିକାଦାର ପୁରୀ ମେନ କେନାଲରେ ଟେଣ୍ଡର ମାଧ୍ୟମରେ ବିଦ୍ୟୁତ କାମ କରୁଥିଲେ।ଜୁଲାଇ ୨୦ତାରିଖ ରାତିରେ କାମ କରୁଥିବାଜାଗାରୁ ୪ଟି ଏଲେକ୍ଟ୍ରି ପୋଲ, ୨କିମି ଲମ୍ବାର କଣ୍ଡକ୍ଟରତାର ଚୋରି ହୋଇ ଥିବାର ସେ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ।ପୋଲିସ ୨୭୨/୨୩କେଶନଂରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା।୫ଜଣ ମିଶି ଏକ ଓଡ଼ି୦୨-ଏୟୁ-୧୧୩୧ ନମ୍ବର ଅଟୋରେ ଆସି ଚୋରି କରିଥିବାର  ବିଶେଷ ସୂତ୍ରରୁ  ପୋଲିସ ଖବରପାଇଥିଲା।ସେମାନଙ୍କୁ ଧରିବା ପାଇଁ ପୋଲିସ ଗତକିଛି ଦିନଧରି ପ୍ରୟାସ ଆରମ୍ଭ କରିଥିଲା।ଶନିବାରରାତିରେ  ସେମାନେ ଏକାଠି ଥିବାର ପୋଲିସ ଖବରପାଇ  ଚଢ଼ାଉ କରି କାଳିଆ ଓ ସୁଶାନ୍ତକୁ ଧରିବା ପରେ ସେମାନେ ଚୋରି କରିଥିବାର ମାନିଯାଇଥିଲେ।ତାଙ୍କଠାରୁ ପୋଲିସ ୩ଟି ମୋବାଇଲଫୋନ,ଚୋରିରେ ବ୍ୟବହୃତ ହୋଇଥିବା ଅଟୋ,୪୫୦ମିଟର ଲମ୍ବର ୩ବଣ୍ଡଲ ଆଲମୁନିୟମତାରକୁ ଜବତ କରି ରବିବାର ଦିନ କୋର୍ଟଚାଲଣ କରିଛି।
Leave A Reply