ବାରିପଦା : ପ୍ରିନ୍ସ କଲେଜ୍ରେ ଚଳିତବର୍ଷ ଗୁରୁଦିବସ ଏବଂ ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ ବାରିପଦା ସ୍ଥିତ ରାମନଗର ମୁଖ୍ୟ କ୍ୟାମ୍ପସରେ ମହାସମାରୋହରେ ପାଳିତ ହୋଇଛି । ନିଦେ୍ର୍ଦଶକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଗଣ୍ୟମାନ୍ୟ ଶିକ୍ଷାବିତ୍ ଚିତ୍ତରଞ୍ଜନ ତ୍ରିପାଠୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସମେତ ସଂସ୍କାର ଏବଂ ନୀତିବାନ୍ ହେବାପାଇଁ ଉଦ୍ବୋଧନ ଦେଇଥିଲେ । ଅନ୍ୟତମ ବକ୍ତା ଭାବରେ ଅଧ୍ୟାପିକା ଏମନ୍ ନାଜ୍, ସ୍ୱାଧୀନତା କର, ଭାଗ୍ୟଶ୍ରୀ କର୍ମକାର, ଶୁଭଲକ୍ଷ୍ମୀ ମହାପାତ୍ର, ଅଧ୍ୟାପକ ଅନନ୍ତ ନାରାୟଣ ପତି, ସମୀର ପଣ୍ଡା, ପୂର୍ଣ୍ଣେନ୍ଦୁ ପାଲ୍, ରବୀନ୍ଦ୍ର ନାଥ ସିଂଘ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେବା ସହିତ ଉତ୍ସାହ ବର୍ଦ୍ଧନ କରିଥିଲେ । ମୁଖ୍ୟବକ୍ତା ଭାବରେ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷା ଜ୍ୟୋତିପୁଷ୍ପା ଦାସ ଛାତ୍ରଛାତ୍ରୀ ମାନଙ୍କୁ ଆଧୁନିକ ଶିକ୍ଷାପ୍ରଣାଳୀରେ ନିଜକୁ କିପରି ଖାପ ଖୁଆଇବାକୁ ହେବ ଦିଗ୍ଦର୍ଶନ ଦେଇଥିଲେ । ଏହି ଅବସରରେ ପ୍ରିନ୍ସ +୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଫୁଲତୋଡ଼ା ଏବଂ ଉପହାର ଦେଇ ସ୍ୱାଗତ କରିଥିଲେ ତଥା ଛାତ୍ରଛାତ୍ରୀମାନେ ମଧ୍ୟ ନିଜର ବକ୍ତବ୍ୟ ସ୍ଥାପନ କରିଥିଲେ । ୫୬୮ନମ୍ୱର ରଖି ଚଳିତବର୍ଷ +୨ ବିଜ୍ଞାନ କାଉନସିଲ୍ ପରୀକ୍ଷାରେ ପ୍ରିନ୍ସ କଲେଜ୍ର ଛାତ୍ର ରୁଦ୍ରନାରାୟଣ ଭୋଇ ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବାରୁ, ପ୍ରିନ୍ସ କଲେଜ୍ ତରଫରୁ ତାଙ୍କୁ ଏହି ଉତ୍ସବରେ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ କଲେଜ୍ ତରଫରୁ ରୁଦ୍ରନାରାୟଣଙ୍କ ଉଚ୍ଚଶିକ୍ଷା ନିମନ୍ତେ ୫୦,୦୦୦ ଟଙ୍କାର ଚେକ୍ କଲେଜ୍ ତରଫରୁ ପ୍ରଦାନ କରାଯାଇଥିଲା । ପରିଶେଷରେ ଅଧ୍ୟାପିକା କୀର୍ତ୍ତିଦୀପ୍ତି ଦତ୍ତ ଏବଂ ବରିଷ୍ଠ କର୍ମଚାରୀ ପ୍ରଶାନ୍ତ ଦତ୍ତଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନେ ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନ କରିବା ଦିଗରେ ବରିଷ୍ଠ କର୍ମଚାରୀ ଦିଲ୍ଲୀପ କୁମାର ମହାନ୍ତି, ମୃତୁ୍ୟଞ୍ଜୟ ଦାସ, ସୁଜିତ୍ ଦାସ, ଦିନେଶ ବେହେରା ଏବଂ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।