ବାଲିପାଟଣା ୦୭/୦୯ : ବାଲିପାଟଣା ଥାନା ଅଞ୍ଚଳରୁ ଦୀର୍ଘ ଦିନ ବ୍ୟବଧାନରେ ପୁଣି ମେଣ୍ଢା ଚୋରଙ୍କ ଉତ୍ପାତ ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତକାଲି ମଙ୍ଗଳ ବାର ମଧ୍ୟ ରାତ୍ରରେ ପଦ୍ମପୁର ଜାମୁଡାଳୀ ସାହିର କାଳିଆ ଦାସଙ୍କ ଗୁହାଳରୁ ଔଷଧ ସ୍କ୍ରେ କରି ଅଚେତ କରି କେହି ଦୃବୁର୍ତ୍ତ ୧୦ ଟି ମେଣ୍ଢା ଚୋରୀ କରି ନେଇଯାଇଛି। ସକାଳୁ କାଳିଆ ଦାସ ଗୁହାଳ ଘର ଖୋଲି ଦେଖନ୍ତି ତାଙ୍କର ସବୁ ମେଣ୍ଢା କେହି ନେଇଯାଇଛି।ଖବର ଲେଖା ପର୍ଯ୍ୟନ୍ତ ଚୋରର କୌଣସି ସନ୍ଧାନ ମିଳିପାରି ନାହିଁ।
