* ସନ୍ତାନ ମାନଙ୍କ ସମୃଦ୍ଧି ପାଇଁ ଓ ସେମାନଙ୍କୁ ସଙ୍କଟ ରୁ ରକ୍ଷା କରିବା ପାଇଁ ଶ୍ରାବଣ ମାସରେ ପୁତ୍ରଦା ଏକାଦଶୀ ରେ ଶ୍ରୀ କୃଷ୍ନାୟ ବାସୁଦେବାୟ ହରୟେ ପରମାତ୍ମନେ , ପ୍ରଣତଃ କ୍ଲେସ ନାଶାୟ ଗୋବିନ୍ଦାୟ ନମୋ ନମଃ l ” – ଏହି ମନ୍ତ୍ରକୁ ଜପ କରି ଶ୍ରୀକୃଷ୍ଣ ଙ୍କୁ ମୟୁର ଚନ୍ଦ୍ରିକା ଅର୍ପଣ କରନ୍ତୁ l ଏହାପରେ ସେହି ମୟୁର ଚନ୍ଦ୍ରିକା କୁ ନିଜ ପିଲାଙ୍କ ନିକଟରେ ରଖିବାକୁ କୁହନ୍ତୁ l ଏହା ଆପଣଙ୍କ ସନ୍ତାନ ମାନଙ୍କର ସୁରକ୍ଷା କରିବ l
* ଶ୍ରାବଣ ରେ ପୁତ୍ରଦା ଏକାଦଶୀ ରେ ଓସ୍ତ ବୃକ୍ଷ ତଳେ ଦୀପ ଜଳାଇ ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ ଓ ସନ୍ତାନ ର ଉନ୍ନତି ପାଇଁ କାମନା କରନ୍ତୁ l ମାନ୍ୟତା ରହିଛି ଯେ ଏହାଦ୍ୱାରା ସନ୍ତାନ ମାନଙ୍କ କ୍ୟାରିଅର ରେ ଉନ୍ନତି ହେବ l
* ବଂଶ ବୃଦ୍ଧିରେ ଅସୁବିଧା ହେଉଥିଲେ ଶ୍ରାବଣ ମାସରେ ପୁତ୍ରଦା ଏକାଦଶୀ ରେ ନିଃ ସନ୍ତାନ ଦମ୍ପତି ଅନାଥ ଶିଶୁ ଙ୍କୁ ଅନ୍ନ ଭୋଜନ କରାଇବା ଦ୍ୱାରା ବଂଶ ବୃଦ୍ଧି ହୋଇଥାଏ l
* ପୁରାଣ ଅନୁଯାୟୀ ପୁତ୍ର ପ୍ରାପ୍ତି ପାଇଁ ଶ୍ରାବଣ ମାସରେ ପୁତ୍ରଦା ଏକାଦଶୀ ଲାଭ କାରୀ ଅଟେ l ଏହିଦିନ ସ୍ୱାମୀ ସ୍ତ୍ରୀ ମିଳିତ ଭାବରେ କେଶର ମିଶ୍ରିତ ଜଳ ରେ ବିଷ୍ଣୁ ଙ୍କ ଅଭିଷେକ କରାଇବା ଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାଏ l ଇହାଛଡା ” ଦେହୀ ମେ ତନୟଙ୍ଗ କୃଷ୍ଣ ତ୍ୱମହଂ ଶରଣଙ୍ଗ ଗତଃ ” l ଏହାଦ୍ୱାରା ସୁଯୋଗ୍ୟ ଓ ସୁସ୍ଥ ସନ୍ତାନ ପ୍ରାପ୍ତି ହୋଇଥାଏ l