ମୃତ୍ୟୁ ଗୋଟିଏ ଶାଶ୍ୱତ ସତ୍ୟ ଅଟେ l ଯିଏ ଜନ୍ମ ନେଇଛି ତାର ମୃତ୍ୟୁ ସୁନିଶ୍ଚିତ l ଶିବ ପୁରାଣ ର ମାନ୍ୟତା ଅନୁସାରେ ମୃତ୍ୟୁ ପୂର୍ବରୁ ବ୍ୟକ୍ତିକୁ କିଛି ସୁକ୍ଷ୍ମ ସଂକେତ ମିଳିଥାଏ l
କଣ ଏହି ସଂକ୍ରତ ଗୁଡିକ :-
* ଶିବ ପୁରାଣ ଅନୁସାରେ ମୃତ୍ୟୁ ପୂର୍ବରୁ ଯେଉଁ ବ୍ୟକ୍ତିର ୫ ଟି ଯାକ ଇନ୍ଦ୍ରିୟ ଠିକ ଭାବରେ କାର୍ଯ୍ୟ କରିବା ବନ୍ଦ କରି ଦେଇଥାଏ ଏହା ମୃତ୍ୟୁର ଗୋଟିଏ ସଂକେତ ହୋଇଥାଏ l
* ଯେଉଁ ବ୍ୟକ୍ତି କୁ ଅରୁନ୍ଧତୀ ତାରକା , ଚନ୍ଦ୍ରମା ଓ ଅନ୍ୟ ତାରା ଠିକ ଭାବେ ଦେଖା ଯାଏ ନାହିଁ ସେହି ବ୍ୟକ୍ତିର ମୃତ୍ୟୁ ଖୁବ ନିକଟତର ଅଟେ l
* ଯେଉଁ ବ୍ୟକ୍ତି ନିଜ ଛାଇ କିମ୍ବା ନିଜ ମୁଣ୍ଡର ଛାଇ ଠିକ ଭାବେ ଦେଖି ପାରେ ନାହିଁ , ଏହାର ଅର୍ଥ ମୃତ୍ୟୁ ଖୁବ ନିକଟତର ଅଟେ l
* ଶିବ ପୁରାଣ ଅନୁସାରେ ଯଦି ଦିନରେ ସୋଇଥିବା ସମୟରେ ବ୍ୟକ୍ତିକୁ ଇନ୍ଦ୍ରଧନୁ ଓ ଆଲୋକପାତ ର ସ୍ୱପ୍ନ୍ ଦେଖା ଯାଇଥାଏ ତେବେ ଏଭଳି ସ୍ବପ୍ନ ଶୁଭ ହୋଇ ନଥାଏ l
* ଯେଉଁ ବ୍ୟକ୍ତି ଶଯ୍ୟା ଶାୟୀ ହୋଇଥାଏ ଓ ତା ଦେହ ରେ ଜନ୍ଦା ପିମ୍ପୁଡ଼ି ଲାଗି ଯାଇ ଥାଆନ୍ତି ଏହା ମୃତ୍ୟୁ ର ସଂକେତ ହୋଇଥାଏ l