ନୂଆପଡ଼ା, ୧୪/୦୮ ସକାଳ ଖବର (ସୁରେନ୍ଦ୍ର ତିୱାରୀ) // ଜନ ଶିକ୍ଷଣ ସଂସ୍ଥାନ (ଜେ.ଏସ୍.ଏସ୍.), ନୂଆପଡ଼ା ଓ ଭାରତ ସରକାରଙ୍କ ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟିକ ବିକାଶ ପାଇଁ ଜାତୀୟ ପ୍ରତିଷ୍ଠାନ, ଡେରାଡୁନର ମିଳିତ ଆନୁକୂଲ୍ୟରେ ଆଜି ଏକ ପାଂଚ ଦିନିଆ ଉଦ୍ୟୋଗ ବିକାଶ ତାଲିମ ଶିବିର କାର୍ଯ୍ୟାଳୟ ସଭାଗୃହରେ ନୂଆପଡ଼ା ଜିଲ୍ଳାର ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ଅଗସ୍ତି ପ୍ରଧାନଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ସଂସ୍ଥାନ ଦ୍ୱାରା ନୂଆପଡ଼ା, କୋମନା
ଓ ଖରିଆର ବ୍ଲକର ଧନ୍ଦାମୂଳକ ତାଲିମପ୍ରାପ୍ତ ୩୦ ଜଣ ଯୁବ ମହିଳା ଉଦ୍ୟୋଗୀ ଯୋଗ ଦେଇଥିବା ବେଳେ ଏହା ଆଗାମୀ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସଂସ୍ଥାନର ନିଦେ୍ର୍ଦଶିକା ଶ୍ରୀମତୀ ନମିତା ସାହୁ ସୂଚନା ଦେଇଛନ୍ତି । ଉକ୍ତ ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନୀ ସଭାରେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀଯୁକ୍ତ ଅଗସ୍ତି ପ୍ରଧାନଙ୍କ ସମେତ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବରିଷ୍ଠ ଶିକ୍ଷାବିତ ଡ଼ଃ ଶିବପ୍ରସାଦ ବେହେରା; ମହାତ୍ମା ଗାନ୍ଧୀ ଜାତୀୟ ଫେଲୋସିପ ସୁଶ୍ରୀ ସସ୍ମିନୀ ସାହୁ;
ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟିକ ବିକାଶ ପାଇଁ ଜାତୀୟ ପ୍ରତିଷ୍ଠାନ, ଡେରାଡୁନର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଭାକର
ବହୁଗୁଣା ଓ ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ଶୈଳେଶ ରାୱତଙ୍କ ସଂସ୍ଥାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗ ଦେଇ ନିଜ
ନିଜ ଅଭିଭାଷଣରେ ସମସ୍ତ ମହିଳା ଯୁବ ଉଦ୍ୟୋଗୀଙ୍କୁ ସଫଳ ଓ ସକ୍ରିୟ ଭାବେ ତାଲିମ ପାଂଚ ଦିନିଆ ତାଲିମ ନେଇ
କିପରି ସଫଳ ଉଦ୍ୟୋଗୀ ହୋଇପାରିବେ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ ।
ସଂସ୍ଥାନର ଅତିରିକ୍ତ କାର୍ଯକ୍ରମ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ପାଣି ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଆଗାମୀ ଦିନରେ
ନୂଆପଡ଼ା ଜିଲ୍ଲାର ବ୍ୟାଙ୍କ, ଜିଲ୍ଲା ଶିଳ୍ପ ପ୍ରତିଷ୍ଠାନ, ମିଶନ ଶକ୍ତି ତଥା ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀଗଣ
ଯୋଗଦେବେ ବୋଲି ସୂଚନା ପ୍ରଦାନ କରିଥିଲେ । ଉକ୍ତ ପାଂଚ ଦିନିଆ ଉଦ୍ୟୋଗ ବିକାଶ ତାଲିମ ଶିବିର ଉଦ୍ଘାଟନୀ
ଉତ୍ସବରେ ଯୋଗ ଦେଇଥିବା ଅତିଥିମାନଙ୍କୁ ସଂସ୍ଥାନର କ୍ଷେତ୍ର ଅଧିକାରୀ ସଂଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ