ଆଠଗଡ଼ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଆସନ୍ତା ସାଧାରଣ ନିର୍ବାଚନପାଇଁ କର୍ମୀ ମାନଙ୍କୁ ସଚେତନ କରିବା ସହିତ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରାଯିବା ସହ ପାଞ୍ଚଟି ସଂକଳ୍ପ ଯଥା ରାଜନୈତିକ, ଅର୍ଥ ନୈତିକ, କୃଷକ ସଶକ୍ତି କରଣ, ମହିଳା ସଶକ୍ତିକରଣ ଓ ଯୁବ ଛାତ୍ର ସଶକ୍ତ ଆଦି ପାରିତ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ କୁହାଯାଇଥିଲା । କଟକ ଜିଲ୍ଲା ବିଜୁ ଜନତା ଦଳର ସଂପାଦକ ଲଳିତେନ୍ଦୁ ସେନାପତିଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଠଗଡ଼ ବ୍ଲକ୍ ସଭାପତି ରବୀନ୍ଦ୍ର ରାଉତ, ଆଠଗଡ଼ ବିଜୁ ଛାତ୍ର ଜନତା ଦଳ ସଭାପତି ସତ୍ୟପ୍ରିୟ ମହାନ୍ତି, ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେଡ଼ି ସଭାପତି ଶିବଶଙ୍କର ଜେନା କୃଷକ ନେତା ନିରାକାର ଲେଙ୍କା ଓ ଶିଶିର ମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ