Odisha news

ନିଶା ଦେଇ ଲୁଟ କରୁଥିବା ଲୁଟେରା ଗିରଫ।

0

ଆନନ୍ଦପୁର :  ବହୁ ଉଦ୍ୟମ ପରେ ଆନନ୍ଦପୁର ପୋଲିସକୁ ସଫଳତା ମିଳିଛି। ସିସିଟିଭି ଫୁଟେଜ ଆଧାର ରେ ନିଶା ଦିଆ ଲୁଟେରାକୁ ପୋଲିସ ଗିରଫ କରିଛି। ପୋଲିସକୁ ନାକେଦମକରିରଖିଥିବା ଏହି ଲୁଟେରାକୁ ସୋମବାର ସକାଳ ପ୍ରାୟ ୮ ଟା ସମୟରେ ଆନନ୍ଦପୁର ବ୍ରିଜଛକ ନିକଟରୁ ଗିରଫ କରାଯାଇଛି। ଗିରଫ ଲୁଟେରା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଧୀନ ଓଡ଼ଶ ଗ୍ରାମର ବ୍ରଜବନ୍ଧୁ ରଣା ବୋଲି ଜଣାପଡିଛି। ୫୫ବର୍ଷୀୟ ବ୍ରଜ ଦୀର୍ଘ ଦିନ ଧରି ଆନନ୍ଦପୁର ଅଞ୍ଚଳରେ ରହି ବ୍ୟବସାୟ ମାନଙ୍କୁ ନିଶା ଦେଇ ଲୁଟ୍ କରୁଥିଲା। ଆନନ୍ଦପୁର ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ଲୁଟେରାର ସ୍କେଚ ଜାରି କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ତାର ଟେର୍ ପାଇପାରୁ ନଥିଲେ । ଏପରିକି ଲୁଟେରାର ଫଟୋ ଗଣମାଧ୍ୟମରେ ଦ୍ବାରା ପ୍ରସାରଣ ହେବାପରେ ଲୋକମାନେ ଯଥେଷ୍ଟ ମାତ୍ରାରେ ସଚେତନ ହୋଇଥିବାବେଳେ ଲୁଟେରା ଉପରେ ନଜର ମଧ୍ୟ ରଖି ଆସିଥିଲେ। ଶେଷରେ ପୋଲିସଙ୍କୁ ସଫଳତା ମିଳିଛି। ଗିରଫ ଲୁଟେରା ବ୍ରଜ ନାମରେ ଆନନ୍ଦପୁର ଥାନାରେ ୧୫୪/୨୩ଦଫା ୩୯୨,୩୨୮,୩୦୭ରେ ମାମଲା ରୁଜୁ ହୋଇଛି।

Nalco
Leave A Reply