ବ୍ରହ୍ମପୁର: ମଣିପୁର ରାଜ୍ୟରେ ଶାନ୍ତି ପ୍ରତିଷ୍ଠା କରିବାରେ ବିଫଳ ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କର ଓ କ୍ଷତିଗ୍ରସ୍ତ ଲୋକଙ୍କ ଥଇଥାନ କର ଦାବୀରେ ସିପିଏମ ଓ ମହିଳା ସମିତି ପକ୍ଷରୁ କମାପଲି ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମଣିପୁରର ବର୍ବରୋଚିତ ଘଟଣାର ପ୍ରତିବାଦ କରି ଆଜି ସିପିଏମ ଓ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ କମାପଲି ଛକଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏଥିରେ ମଣିପୁରରେ ଗତ ମଇ ୪ ତାରିଖରେ ଘଟିଥିବା ଘଟଣାକୁ ଏକ ବର୍ବରୋଚିତ ଓ କପୁରୋଷ ମାନଙ୍କ କାର୍ଯ୍ୟ ବୋଲି ଉଲ୍ଲେଖ କରିଥିଲେ।ମଣିପୁର ବଜେପିର ବିରେନ୍ଦ୍ର ସିଂହ ସରକାର ରାଜ୍ୟର ଲୋକଙ୍କ ଧନ ଜୀବନ ରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ଅତିଶୀଘ୍ର ବରଖାସ୍ତ କରିବା ପାଇଁ ଦାବୀ କରାଯାଇଛି।ଦୀର୍ଘ ୭୯ ଦିନଧରି ମଣିପୁର ଜଳୁଥିବା ବେଳେ କେନ୍ଦ୍ର ସରକାର ନୀରବ ରହିବାକୁ ତୀଵ୍ର ନିନ୍ଦା କରାଯାଇଛି।ମଣିପୁରରେ ଅତିଶୀଘ୍ର ଶାନ୍ତି ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ବିଦ୍ୟାଧର ଜେନା, ଶିଵ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ଗୋପାଳ ପାଣିଗ୍ରାହୀ,କେଶବ ଗୌଡ଼, ରଂଜନ ପାତ୍ର, ହରି ନାହାକ,ଲୋକ ନାଥ ଖୁଣ୍ଟିଆ, ମଧୁ ବେହେରା,ମହିଳା ସମିତି ସଭାନେତ୍ରୀ ଜୟନ୍ତୀ ଵାଳା ମିଶ୍ର ଓ ସମ୍ପାଦିକା ବିଷ୍ଣୁ ପ୍ରିୟା ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ।