ବାରଙ୍ଗ : ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ହାଇୱା ।, ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ ଓ ହେଲ୍ପର। ଏହି ଘଟଣା ଚନ୍ଦକା ଥାନା ଦାରୁଠେଙ୍ଗ ଗାଁ ନିକଟ ଜୁଝଗଡ଼ ଠାରେ ଘଟିଛି । ବାରଙ୍ଗ ପଟୁ ଏକ ହାଇୱା ଯାହାର ଗାଡି ନଂ OD02AQ4775 ବାଲି ନେଇ ଚନ୍ଦକା ଆଡ଼କୁ ଯାଉଥିଲା | ହଠାତ୍ ଗାଡି ଚାଲକ ଅନ୍ୟ ମନସ୍କ ହୋଇ ବ୍ରେକ ମାରିବା ବେଳେ ଗାଡିଟି ରାସ୍ତା ଦିଭାଆଇଡେଡ଼ ମାଡ଼ ହୋଇ ଓଲଟି ପଡିଥିଲା ! ଚାଲକ ଓ ହେଲ୍ପର ସାମାନ୍ୟ ଆହାତ ହୋଇଛନ୍ତି ! ଚନ୍ଦକା ପୋଲିସ ଘଟଣା ସ୍ଥଳରେ ପହଁଚି ଚାଲକକୁ ଥାନାକୁ ନେଇ ପଚରା ଉଚ୍ଚରା ଜାରି ରଖିଛନ୍ତି ।