Odisha news

ଘରୁ ସୁନା ଗହଣା ଓ ଟଙ୍କା ଚୋରି

0

ଵ୍ରହ୍ମପୁର , ୭/୭-  ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ମୟୂରୀ ବିହାରରେ ଗୁରୁବାର ବିଳମ୍ବିତ ରାତ୍ରରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଚୋରି ହୋଇଛି। ଗୃହକର୍ତ୍ତା ଅନିଲ କୁମାର ପାଣିଗ୍ରାହୀ ଗିଶାଣିନୁଆଗାଁ ଥାନାରେ ଅଭିଯୋଗ କରିଛନ୍ତି । ଶୁକ୍ରବାର ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ଅନୁସନ୍ଧାନ ଜାରି ରଖିଛି। ଘଟଣାରୁ ପ୍ରକାଶ ଯେ , ଅନିଲ ଓ ତାଙ୍କ ପରିବାର ଏକ ଫ୍ଲାଟର ତଳ ମହଲାରେ ରୁହନ୍ତି। ଗୁରୁବାର ରାତ୍ର ଘରର ସମସ୍ତ ସଦସ୍ୟ ଖାଇସାରି ଶୋଇ ପଢିଥିଲେ। ଶୁକ୍ରବାର ବଢି ଭୋର ୪ଟା ‘ରେ ଅନିଲ  ଉଠିଥିଲେ। ଘର ଭିତରେ ଥିବା ଅଲମୀରା ଖୋଲା ଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ଘରର ସମ୍ମୁଖ ଓ ପଛ ପଟ କବାଟ ଭିତର ପଟୁ ବନ୍ଦ ଥିବା ସେ ଦେଖିବାକୁ ପାଇଥିଲେ । ଘର କାନ୍ଥରେ ଲାଗିଥିବା ଝରକା (ଲୁହା ଗ୍ରୀଲ ) ତାଢି ଲୁଟିଆ ମାନେ ଘର ଭିତରେ ପଶି ଚୋରି କରୁଥିବା ସେ ସନ୍ଧେହ କରୁଛନ୍ତି। ଆଲମୀରାରେ ଥିବା ୨୦ଗ୍ରାମର ସୁନା ଗହଣା, ରୁପା ସାମଗ୍ରୀ ଓ ନଗଦ ୩୦ ହଜାର ଟଙ୍କା ଗାୟବ ଥିଲା। ଲୁଟିଆ ଦଳ ଆଲମୀରରୁ ସେ ସମସ୍ତ ଗହଣା ଓ ଟଙ୍କା ଚୋରି କରିଥିବା ନେଇ ଅନିଲ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏସଂକ୍ରାନ୍ତରେ ୧୮୦/୨୩ ରେ ଏକ ମାମଲା ରୁଜୁ କରିବା ସହ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

Leave A Reply