ଦଶପଲ୍ଲା ୭/୭ : ଦଶପଲ୍ଲା ବ୍ଲକ କୁଳୁରୁକୁମ୍ପା ପଂଚାୟତ ପଥର ଗଣ୍ଡ ଗ୍ରାମ ର ବାବୁଲି ବେହେରା ଏବେ ଦୁର୍ଦିନ ରେ । ଦିନେ ଯିଏ ଶ୍ରମିକ ହୋଇ ଟଙ୍କା ରୋଜଗାର କରିବା ସହ ପରିବାର ପ୍ରତିପୋଷଣ କରୁଥିଲା ଆଜି ପାଖ୍ୟାଘାତ ରୋଗରେ ପୀଡିତହୋଇ ନିଜ ପରିବାର ସହ ଏବେ ଶଶୁର ଘର ଦଶପଲ୍ଲା ଏନ ଏ ସି ସ୍ଥିତ ଲୁଣି ଗ୍ରାମରେ ବସ ବାସ କରୁଛନ୍ତି । ତାଙ୍କ ସ୍ତ୍ରୀ ଜୟନ୍ତୀ କିଡନି ,ପାଟି ଓ ଆଖି ରୋଗରେ ପୀଡିତ । ଉଭୟ ରୋଜଗାରକ୍ଷମ ହରାଇ ବସିଥିବା ବେଳେ ତାଙ୍କର ଦୁଇଝିଅ । ଉଭୟ ବାବୁଲୀ ଓ ଜୟନ୍ତୀ ଅର୍ଥ ଅଭାବ ରୁ ଚିକିଛିତ ହୋଇ ପାରୁ ନଥିବା ବେଳେ ସରକାର ଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଧରି ଛିକିଛା ପାଇଁ ନୟାଗଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇଥିବା ବେଳେ ତାଙ୍କୁ କେବଳ କିଛି ଔଷଧ ଦେଇ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ବିଦାୟ କରି ଦିଆ ଯାଇଥିଲା । ବାବୁଲା ଉଭୟ ହାତ ଗୋଡ଼ ପାଖ୍ୟାଘାତ ରୋଗରେ ଥିବା ବେଳେ ମିଳିଛି ଦିବ୍ୟାଙ୍ଗ ପ୍ରମାଣପତ୍ର । ଦିବ୍ୟାଙ୍ଗ ପ୍ରମାଣ ପତ୍ର ଥିଲେ ମଧ୍ୟ ଭତ୍ତା ପାଇଁ ଦରଖାସ୍ତ କରି ମଧ୍ୟ ତାଙ୍କୁ ମିଳୁନି ଦିବ୍ୟାଙ୍ଗ ଭତ୍ତା । ଅନ୍ୟପଟେ ଜୟନ୍ତି ଙ୍କ କିଡନୀ ଖରାପ ଥିବା ବେଳେ ତାଙ୍କ ମୁଁହ ବଙ୍କା ହୋଇ ଯିବାରୁ ଠିକ ରେ ଖାଇ ପାରୁ ନାହାନ୍ତି । ଗୋଟିଏ ଆଖି କେବେ ବନ୍ଦ ହେଉନାହିଁ ଯାହାକି ସେ କଷ୍ଟ ଅନୁଭବ କରୁଥିବା ବେଳେ ଆଖିକୁ ଠିକ ରେ ଦେଖାଯାଉ ନଥିବା ସେ ପ୍ରକାଶ କରିଛନ୍ତି । ଅର୍ଥ ଓ ଚିକିଛା ଅଭାବ ରୁ ବାବୁଲା ଓ ତାର ସ୍ତ୍ରୀ ଜୟନ୍ତୀ ଜୀବନ ଅତି ବାହିତ କରୁଥିବା ବେଳେ ଦୁଇ ଝିଅ ଙ୍କ ଭବିଷ୍ୟତ କୁ ନେଇ ଚିନ୍ତା ରେ ବାବୁଲା ଓ ତାର ସ୍ତ୍ରୀ ଜୟନ୍ତୀ । ଏଭଳି ଦୁର୍ଦିନ ରେ ଅତିବାହିତ କରୁଥିବା ବାବୁଲା ପରିବାର କୁ ଭେଟିଛନ୍ତି ଖଣ୍ଡଗିରି ସାମାଜିକ ସଂଗଠନ ଓ ୯ ନଂ କାଉନସିଲର ସୁକଦେଵ ମିଶ୍ର । ପରିବାରକୁ ରାସନ ସାମଗ୍ରୀ ଦେବା ସହ ତାଙ୍କ ଝିଅ ମାନଙ୍କ ଶିକ୍ଷାଲାଭ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତାଙ୍କର ଚିକିଛା ପାଇଁ ଆର୍ଥିକ ସହାୟତା ପାଇଁ ସେ ନିବେଦନ କରିଛନ୍ତି