ସାଧାରଣ ଭାବରେ ଆମେ ଚୁମ୍ବନ ରେ କେବଳ କୌଣସି ବ୍ୟକ୍ତି ର ସ୍ନେହ ଓ ପ୍ରେମ ଦେଖିଥାଉ l କିନ୍ତୁ ଏହି ପ୍ରେମ ବା ସ୍ନେହ ର ପଛରେ ବିଜ୍ଞାନ ରହିଛି ଏହା ଆମେ ଜାଣି ନଥାଉ l ଆଜି ଆମେ ଜାଣିବା ଏହି ଚୁମ୍ବନ ପଛରେ କଣ ରହିଛି ବିଜ୍ଞାନ l
* ବିଜ୍ଞାନ ର ମତ ଅନୁସାରେ
ଯେତେବେଳେ ୨ ଜଣ ବ୍ୟକ୍ତି ଉଭୟ ଉଭୟଙ୍କୁ ଚୁମ୍ବନ କରି ଥାଆନ୍ତି , ସେତେବେଳେ ପାଖାପାଖି ୯ ମିଳିଗ୍ରାମ ପାଣି , ୦.୭ ମିଲିଗ୍ରାମ ପ୍ରୋଟିନ , ୦ . ୧୮ ମିଲିଗ୍ରାମ ଅର୍ଗାନିକ କମ୍ପାଉଣ୍ଡ , ୦.୭୧ ମିଲିଗ୍ରାମ ଫ୍ୟାଟ, ୦ . ୪୫ ମିଲିଗ୍ରାମ ସୋଡିୟମ କ୍ଲୋରାଇଡ ର ଆଦାନ ପ୍ରଦାନ ହୋଇଥାଏ l ଏହା ସହିତ ଗବେଷଣା ରୁ ଜଣା ପଡିଛି ଯେ ୨-୨୬ କ୍ୟାଲୋରୀ ପ୍ରତି ମିନିଟ ରେ ଖର୍ଚ୍ଚ ହୋଇଥାଏ l
* ଗୋଟିଏ ଥର ଚୁମ୍ବନ କରିବା ଦ୍ୱାରା ୩୦ ଟି ମାଂଶପେସି କାର୍ଯ୍ୟ କରିଥାଏ l ଯେତେବେଳେ ଆମେ ନିଜ ପାର୍ଟନର କୁ ଚୁମ୍ବନ କରିଥାଉ ସେତେବେଳେ ଅନେକ ପ୍ରକାରର କେମିକାଲ ନିର୍ଗତ ହୋଇଥାଏ l ଯାହାଦ୍ୱାରା ମସ୍ତିଷ୍କ ଶାନ୍ତ ରହିବାରେ ସାହାଯ୍ୟ ମିଳିଥାଏ l କେବଳ ଏତିକି ନୁହେଁ ଏହା ମାନସିକ ଚାପ କମ କରି ମନକୁ ଶାନ୍ତି ଦେଇଥାଏ l ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ୍ୟ ଯେ ଆମେ ଚୁମ୍ବନ ସମୟରେ ୮ କୋଟି ବ୍ୟାକଟେରିଆ ର ଆଦାନ ପ୍ରଦାନ କରିଥାଉ l
* ଚୁମ୍ବନ ସମୟରେ ଆମେ ଏଭଳି କୀଟାଣୁ ଙ୍କ ସଂସ୍ପର୍ଶରେ ଆସିଥାଉ ଯାହା ଆମର ଇମ୍ୟୁନିଟି ବଢାଇ ଥାଅନ୍ତି l ମନୁଷ୍ୟ ଓଷ୍ଠ ରେ ସମ୍ବେଦନଶୀଳ ଶିରା ପ୍ରସିରା ରହିଥାଏ ତେଣୁ ଏହାର ଅନୁଭବ ଅଲଗା ପ୍ରକାରର ହୋଇଥାଏ l
* ଚୁମ୍ବନ କରିବା ସମୟରେ ଆମ ଶରୀରର ହର୍ମନ ଓ ନ୍ୟୁରଟ୍ରାନ୍ସମିଟର ଏଭଳି ଭାବରେ ବୁଲିଥାଏ , ଯେଭଳି ଗୋଟିଏ ୱାସିଙ୍ଗ୍ ମେସିନ l ଏହାଦ୍ୱାରା ମେଟାବୋଲିଯିମ ବୃଦ୍ଧି ହୋଇଥାଏ l ଏହାଦ୍ୱାରା ପାଟି, ଦାନ୍ତ ଓ ଦାନ୍ତ ମାଢି ଶକ୍ତ ହୋଇଥାଏ l
* ଚୁମ୍ବନ ଦ୍ୱାରା ରକ୍ତଚାପ ସନ୍ତୁଳନ ରହିଥାଏ l କାହିଁକି ନା ଚୁମ୍ବନ ଗୋଟିଏ ଖୁସିର ଅନୁଭବ ଅଟେ l ଶରୀରରେ ପାଖାପାଖି ୧୨ କରିନିୟଲ ନର୍ଭସ ରହିଥାଏ , ଯେଉଁଥିରୁ ୫ ଟି ଚୁମ୍ବନ କରିବା ସମୟ ରେ ଆକ୍ଟିଭ ହୋଇ ଯାଇଥାଏ l ଚୁମ୍ବନ ସମୟରେ ଶ୍ୱାସ କ୍ରିୟା ବୃଦ୍ଧି ହୋଇ ହୃଦସ୍ପନ୍ଦନ ବଢି ଯାଇଥାଏ , ଯେଉଁ କାରଣରୁ ମସ୍ତିଷ୍କ କୁ ଅଧିକ ଆକ୍ସିଜେନ ସ୍ୱପ୍ଲାଏ ହୋଇଥାଏ l