ପାରାଦୀପ : ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି | ଅନେକ ସମୟରେ ଦୁର୍ଘଟଣା ଘଟି ଅନେକ ଜୀବନ ଚାଲି ଯାଉଛି | ପରିବହନ ନିୟମ କୁ ଫୁ କରି ଅନେକ ସମୟରେ କିଛି ଗାଡି ର କର୍ମଚାରୀ ଯାତ୍ରୀ ଙ୍କୁ ବିପଦ ସଙ୍କୁଳ ଭାବେ ଯାତ୍ରା କରାଇ ଏହି ମୃତ୍ୟୁ ର ପଥ କୁ ଆମନ୍ତ୍ରଣ କରୁଥିବା ଅଭିଯୋଗ ହେଉଛି | ବନ୍ଦର ନଗରୀ ଉପକଣ୍ଠ ପାରାଦୀପ ଗଡ଼ ଗେଟବଜାର ପାଖରେ ଆଜି ଏହି ଦ୍ରୁଶ୍ୟ ସମସ୍ତଙ୍କୁ ବିଚଳିତ କରିଛି | ଦିଘା ଯାଉଥିବା ଏହି ବସ ଟି ଲୋକଙ୍କୁ ବସ ର ଛାତ ଉପରେ ବସାଇ ନେଉଥିବା ଦୃଶ୍ୟ ଆଜି ବିଭନ୍ନ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେବାରେ ଲାଗିଛି | କିଛି ଲୋକଙ୍କୁ ଆଜି ସନ୍ଧ୍ୟା ସମୟରେ ଏହି ବଜାର ପାଖରୁ ସମ୍ପୃକ୍ତ ବସ ଟି ସବୁ ନିୟମ କୁ ଫୁ କରି ବସ ର ଛାତ ଉପରେ ଚଢାଇ ଦିଘା ନେଉଥିବା ଓ ଯଦି ରାସ୍ତାରେ କେଉଁଠି କିଛି ଅଘଟଣ ଘଟେ ତେବେ ଦାୟି କିଏ ରହିବ ବୋଲି ଅନେକ ଦେଖଣାହାରି ପ୍ରଶ୍ନ କରିଛନ୍ତି | ଅନେକ ସମୟରେ ଏହିଭଳି ଅର୍ଥ ଲୋଭରେ କିଛି ଗାଡି ର କର୍ମଚାରୀ ଯାତ୍ରୀ ଙ୍କୁ ନେଇ ବିପଦ ସଙ୍କୁଳ ଯାତ୍ରା କରାଉଥିଲା ବେଳେ , ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି |